କୋଭିଡ୍-୧୯ ଉପସମ ପାଇଁ ସପ୍ତାହକ ମଧ୍ୟରେ ୪ଟି ଆୟୁଷ ଔଷଧ ପରୀକ୍ଷା ଆରମ୍ଭ ହେବ: ମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ୍-୧୯ ଉପସମ ପାଇଁ ଆୟୁଷ ମନ୍ତ୍ରାଳୟ ଏବଂ କାଉନ୍‌ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ (ସିଏସ୍ଆଇଆର୍) ମିଳିତ ହୋଇ ୪ ପ୍ରକାର ଆୟୁଷ ଔଷଧ ଫର୍ମ୍ୟୁଲେସନ୍ ବା ମିଶ୍ରଣ ଉପରେ କାମ କରୁଛନ୍ତି ବୋଲି ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ୱାଇ ନାଇକ୍ ଟୁଇଟ୍ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ଏହି ଔଷଧଗୁଡ଼ିକର ପରୀକ୍ଷା ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି।

ସେ ଲେଖିଛନ୍ତି, କୋଭିଡ୍-୧୯ ମହାମାରୀ ଉପସମ ପାଇଁ ଚାରିଟି ଆୟୁଷ ଔଷଧ ମିଶ୍ରଣର ବୈଧ୍ୟତା ଉପରେ ଆୟୁଷ ମନ୍ତ୍ରାଳୟ ଓ ସିଏସ୍‌ଆଇଆର୍ ଏକତ୍ର କାର୍ଯ୍ୟକରୁଛନ୍ତି। ଏକ ସପ୍ତାହ ମଧ୍ୟରେ ପରୀକ୍ଷଣ ଆରମ୍ଭ ହେବ। ଏହି ସମିଶ୍ରିତ ଔଷଧ କୋଭିଡ୍-୧୯ ରୋଗୀମାନଙ୍କ ଠାରେ ଅତିରିକ୍ତ ଓ ମାନକ ଚିକିତ୍ସା ରୂପେ ପ୍ରୟୋଗ କରାଯିବ। ମୁଁ ନିଶ୍ଚିତ ଓ ଆଶାବାଦୀ ଯେ ଆମର ପାରମ୍ପରିକ ଔଷଧୀୟ ବ୍ୟବସ୍ଥା ଏହି ମହାମାରୀକୁ ଟାଳିବାର ପଥ ଦେଖାଇବ।

‘ସିଏସ୍‌ଆଇଆର୍‌’ର ମହାନିର୍ଦେଶକ ଶେଖର ମାନ୍ଦେ ଏବଂ ଆୟୁର୍ବେଦ ଓ ଆୟୁଷର ସଚିବ ବୈଦ୍ୟ ରାଜେଶ କୋତେଚା ବୁଧବାର ଦିନ କହଥିଲେ ଯେ ତିନି ମାସ ମଧ୍ୟରେ ଫଳାଫଳ ଜଣାପଡ଼ିଯିବ।

ସମ୍ବନ୍ଧିତ ଖବର