ଇରାନ୍‌କୁ ଆଉ ସହ୍ୟ କରିବୁ ନାହିଁ : ଡୋନାଲ୍‌ଡ ଟ୍ରମ୍ପ୍‌

‘ଆମେରିକା ସୁଲେମାନୀଙ୍କ ହାତ କାଟିଥି‌ଲା, ଆମେ ସେମାନଙ୍କ ପାଦ କାଟିଦେବୁ’

ତେହେରାନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି, ଇରାନ୍‌ର କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ବି ଆମେରିକୀୟଙ୍କୁ କ୍ଷତି ପହଞ୍ଚିନାହିଁ। ସବୁକଛି ଠିକ୍‌ଠାକ୍‌ ଅଛି। ଇରାନ୍‌ ଏବେ ‌ହତାଶ ହୋଇ ରହିଛି ଏବଂ ଏହାର ଦୌରାତ୍ମ୍ୟକୁ ସହ୍ୟ କରାଯିବ ନାହିଁ। ଇରାନ୍‌ ଜେନେରାଲ ସୁଲେମାନୀଙ୍କୁ ଆମେ ଆତଙ୍କବାଦୀ ଘୋଷଣା କରିଥିଲୁ ଏବଂ ଏହି ଆଧାରରେ ତାଙ୍କୁ ନିପାତ କରାଯାଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଇରାନ୍‌ର ଯେ କୌଣସି ଚାଲ୍‌କୁ ପଣ୍ଡ କରିବାକୁ ଆମେରିକା ସକ୍ଷମ ବୋଲି ଟ୍ରମ୍ପ୍‌ କହିଛନ୍ତି।

‘ଆମେରିକା ସୁଲେମାନୀଙ୍କ ହାତ କାଟିଥି‌ଲା, ଆମେ ସେମାନଙ୍କ ପାଦ କାଟିଦେବୁ’
ତେହେରାନ : ଇରାକ୍‌ରେ ଆମେରିକାର ସାମରିକ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୁହାନି କହିଛନ୍ତି ଯେ ଜେନେରାଲ କ୍ବାସିମ ସୁଲେମାନୀଙ୍କ ହାତ କଟିଯାଇଥିବା ଶବ ଆମେ ପାଇଥିଲୁ ଏବଂ ଏହାର ଜବାବରେ ଆମେ ଆମେରିକାର ପାଦ କାଟିଦେବୁ। ସମଗ୍ର ମଧ୍ୟ ପ୍ରାଚ୍ୟରେ ଆମେରିକାର ପାଦ କାଟିବା ପାଇଁ ଆମର ଅଭିଯାନ ଆରମ୍ଭ ହୋଇଯାଇଛି ଏବଂ ଏହାକୁ ଆମେ ପୂରା କରି ଦେଖାଇବୁ। ଆମେରିକାକୁ ମଧ୍ୟପ୍ରାଚ୍ୟରୁ ମୂଳୋତ୍ପାଟନ କରିବା ପାଇଁ ଇରାନ୍‌ ଶପଥ ନେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର