ଟ୍ରମ୍ପଙ୍କ ଗାନ୍ଧୀ ଆଶ୍ରମ ଗସ୍ତ ବାତିଲ, ୨୨କିମି ପରିବର୍ତ୍ତେ ୯ କିମିକୁ କମିବ ରୋଡ୍‌ସୋ’

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଅହମ୍ମଦାବାଦ ଗସ୍ତ ବେଳେ ଗାନ୍ଧୀ ଆଶ୍ରମକୁ ଯିବେ ନାହିଁ। ତାଙ୍କ ଗାନ୍ଧୀ ଆଶ୍ରମ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ଫଳରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ’ ୨୨ କିମି ପରିବର୍ତ୍ତେ ୯ କିମିକୁ କମିଯିବ। ବିମାନବନ୍ଦରରୁ ଆରମ୍ଭ ହୋଇ କୋଟେରା ଷ୍ଟାଡିଅମ ପର୍ଯ୍ୟନ୍ତ ରୋ‌ଡ୍‌ ସୋ’ ହେବ। ୯ କିମି ରୋ‌ଡ୍‌ ସୋ’ ମଧ୍ୟରୁ ୪ କିମି ଗାନ୍ଧୀନଗରରେ ରହିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର