ନିର୍ବାଚନ ଉପରେ ଟ୍ରମ୍ପ୍‌ଙ୍କ ସନ୍ଦେହ, ବିଦେଶରେ ନକଲି ବ୍ୟାଲଟ୍‌ ପେପର ଛପାଯିବା ଆଶଙ୍କା ବ୍ୟକ୍ତ କଲେ

ଓ୍ବାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ହେଉଥିବା ଡାକ ମାଧ୍ୟମରେ ମତଦାନ ବିରୋଧରେ ସ୍ବର ଉଠାଇ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍ ସୋମବାର ଏକ ନିରାଧାର ଦାବି ଉଠାଇଛନ୍ତି। ଏହି ପ୍ରକ୍ରିୟା ଦ୍ବାରା ନିର୍ବାଚନର ଫଳାଫଳକୁ ପକ୍ଷପାତ କରିବା ପାଇଁ ବିଦେଶରେ ନିୟୁତ ନିୟୁତ ନକଲି ମତଦାନପତ୍ର ଛପାଯିବାର ଆଶଙ୍କା ରହିଛି ଯାହା କି ଆମ ସମୟର ଅନ୍ୟତମ ପ୍ରମୁଖ ଦୁର୍ନୀତି ହେବ ବୋଲି ଟ୍ରମ୍ପ୍ କହିଛନ୍ତି। ତାଙ୍କର ଏପରି ଦାବି କୌଣସି ପ୍ରକାର ଏ ସଂକ୍ରାନ୍ତ ଧୋକାବାଜିକୁ ରୋକିବା ପାଇଁ ଦେଶ ଚଳାଇ ଆସୁବିଧା ବହୁବିଧ ସୁରକ୍ଷା ବ୍ୟବସ୍ଥା ପ୍ରତି ଯେ କେବଳ ଅଙ୍ଗୁଳି ଉଠାଇଛି ତାହା ନୁହେଁ, ବରଂ ନିର୍ବାଚନ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ଭରସାରେ ମଧ୍ୟ ଏହା ପ୍ରଶ୍ନବାଚୀ ଲଗାଇଛି। ଏପରିକି ଏହାଦ୍ବାରା ବିଦେଶୀ ବିରୋଧୀମାନେ ମଧ୍ୟ ଆମେରିକାର ନିର୍ବାଚନ ପ୍ରକ୍ରିୟାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ ବୋଲି ଅନେକ ଆମେରିକୀୟ ଅଧିକାରୀ ସତର୍କ କରାଇ ଦେଇଛନ୍ତି। ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବାର ସ୍ବପ୍ନ ଦେଖୁଥିବା ଟ୍ରମ୍ପ୍ ନିକଟରେ ଓକ୍‌ଲାହୋମାର ତୁଲ୍‌ସା ଠାରେ ଏକ ନିର୍ବାଚନୀ ସଭାରେ ଅତି ନଗଣ୍ୟ ଉପସ୍ଥିତି ଦେଖି ହତୋତ୍ସାହିତ ହୋଇଥିଲେ।

ସମ୍ବନ୍ଧିତ ଖବର