ବିନୟ ପ୍ରକାଶଙ୍କୁ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ବିଟର୍

ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି ସରକାରଙ୍କ ସହ ବଳ କଷାକଷି ପରେ ଶେଷରେ ବାଟକୁ ଆସିଛି ଟ୍ବିଟର୍ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ବିନୟ ପ୍ରକାଶଙ୍କୁ ଭାରତରେ ନିଜର ଆବାସିକ ଅଭିଯୋଗ ଅଧିକାରୀ (ରେସିଡେଣ୍ଟ ଗ୍ରେଭାନ୍ସ ଅଫିସର ବା ଆରଜିଓ) ନିଯୁକ୍ତ କରିଥିବା ଘୋଷଣା କରାଯାଇଛି । ଏହା ପୂର୍ବରୁ ଟ୍ବିଟର ଧର୍ମେନ୍ଦ୍ର ଚତୁରଙ୍କୁ ଅସ୍ଥାୟୀ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କରିଥିଲା ।

ଟ୍ବିଟର୍ ଇଣ୍ଡିଆର ଓ୍ବେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ୟୁଜରମାନେ ନିଜର ଅଭିଯୋଗ ବିନୟ ପ୍ରକାଶଙ୍କୁ ଜଣାଇପାରିବେ । ବିନୟ ପ୍ରକାଶଙ୍କ ସହ ଯୋଗାଯୋଗ କରିବାକୁ କମ୍ପାନି ପକ୍ଷରୁ ନିଜର ବେଙ୍ଗାଲୁରୁ ଡିକେନସନ ରୋଡସ୍ଥିତ ଅଫିସର ଠିକଣା ଓ ଏକ ଇମେଲ ଆଇଡି ପ୍ରଦାନ କରାଯାଇଛି । କମ୍ପାନି ମଧ୍ୟ ମେ’ ୨୬ରୁ ଜୁନ ୨୫ ପର୍ଯ୍ୟନ୍ତ ନିଜର କମ୍ପ୍ଲାଏନସ ରିପୋର୍ଟ ଦାଖଲ କରିଛି । ନୂଆ ସୂଚନା ପ୍ରଯୁକ୍ତି ଆଇନ ଅନୁସାରେ ସୋସିଆଲ ମିଡିଆ କମ୍ପାନିମାନଙ୍କ ପାଇଁ ଏହା କରିବା ବାଧ୍ୟତାମୂଳକ ।

ନୂଆ ଆଇଟି ଆଇନ ଅନୁସାରେ ସୋସିଆଲ ମିଡିଆ କମ୍ପାନିମାନେ ଚିଫ୍ କମ୍ପ୍ଲାଏନ୍ସ ଅଫିସର, ନୋଡାଲ ଅଫିସର ଓ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବା ବାଧ୍ୟତାମୂଳକ ।

ସମ୍ବନ୍ଧିତ ଖବର