ସିଆର୍‌ପିଏଫ୍‌ ପ୍ରଜ୍ଞାପନ ମେଢ଼: ମାର୍ଚିଂରେ ୨ ଓଡ଼ିଆ ମହିଳା

ନୂଆଦିଲ୍ଲୀ : ଆସନ୍ତା ସାଧାରଣତନ୍ତ୍ର ଦିବସ ସିଆର୍‌ପିଏଫ୍‌ ପ୍ରଜ୍ଞାପନ ମେଢ଼ କଣ୍ଟିଜେଣ୍ଟ୍‌ ମାର୍ଚିଂରେ ସାମିଲ ହେବେ ଦୁଇ ଓଡ଼ିଆ ମହିଳା। ମାର୍ଚିଂରେ ସାମିଲ ୧୮ ଯବାନଙ୍କ ମଧ୍ୟରେ ଅଛନ୍ତି ୫ ମହିଳା। ସେମାନେ ହେଲେ ଢେଙ୍କାନାଳ ଜିଲ୍ଲାର ପ୍ରିୟଦର୍ଶିନୀ ଏବଂ ଜ୍ୟୋତିର୍ମୟୀ ସାହୁ। ଦୁଇ ଓଡ଼ିଆ ମହିଳା ସିଆର୍‌ପିଏଫ୍‌ରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି।

ପ୍ରିୟଦର୍ଶିନୀ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ସିଆର୍‌ପିଏଫ୍‌ ପ୍ରଜ୍ଞାପନ ମେଢ଼ ମାର୍ଚିଂ କଣ୍ଟିଜେଣ୍ଟ୍‌ ପାଇଁ ଚୟନ ହୋଇଛନ୍ତି। ୨୦୨୦ ସାଧାରଣତନ୍ତ୍ର ଦିବସ ପରେଡ୍‌ ‘ସିଆର୍‌ପିଏଫ୍‌ ଅଲ୍‌ ୱିମେନ୍‌ ବାଇକର୍ସ କଣ୍ଟିଜେଣ୍ଟ୍‌’ ଡେୟାର୍‌ ଡେଭିଲ୍‌ ଷ୍ଟଣ୍ଟ୍‌ ପ୍ରଦର୍ଶନରେ ପ୍ରିୟଦର୍ଶିନୀ ପ୍ରଶଂସିତ ହୋଇଥିଲେ। ମାର୍ଚିଂ କଣ୍ଟିଜେଣ୍ଟ୍‌ରେ ପ୍ରତିନିଧିତ୍ବ କରିବା ଗର୍ବର କଥା ବୋଲି ଦୁଇ ମହିଳା ଯବାନ ‘ସମ୍ବାଦ’କୁ କହିଛନ୍ତି।

ଦିଲ୍ଲୀ ପରେଡ୍‌ ଏନ୍ଏସ୍ଏସ୍ କଣ୍ଟିଜେଣ୍ଟ୍‌ରେ ୨ ଓଡ଼ିଆ

ନୂଆଦିଲ୍ଲୀ : ଚଳିତ ବର୍ଷ ଦିଲ୍ଲୀ ରାଜପଥ ଗଣତନ୍ତ୍ର ଦିବସ ପରେଡ୍‌ରେ ଶହେ ଜଣିଆ ଏନ୍ଏସ୍ଏସ୍ କଣ୍ଟିଜେଣ୍ଟ୍‌ ଭାଗ ନେବ। ଏଥିରେ ଓଡ଼ିଶାର ଦୁଇ ଜଣ କ୍ୟାଡେଟ୍‌ ସାମିଲ ହୋଇଛନ୍ତି। ସେମାନେ ହେଲେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ପୂଜାରାଣୀ ପାତ୍ର ଏବଂ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ, ବାଙ୍ଗିରିପୋଷିର ସନ୍ଦୀପ କୁମାର ବାରିକ। ଶୈଳବାଳା କଲେଜର ପ୍ରଫେସର ଡଃ ଯୋଗମାୟା ପଣ୍ଡାଙ୍କ ତତ୍ତ୍ବାବଧାନରେ ଓଡ଼ିଶାରୁ ୬ ଜଣ ଏନ୍ଏସ୍ଏସ କ୍ୟାଡେଟ୍‌ ଦିଲ୍ଲୀରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର