ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ହଗିବିସ୍‌ରେ ପ୍ରାଣ ହରାଇଥିବା ଜାପାନୀମାନଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ ଟୋକିଓ: ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ହଗିବିସ୍‌ ଜାପାନ୍‌ ଉପକୂଳରେ ପ୍ରଳୟ ରଚିଛି। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ହଗିବିସ୍‌ର ପ୍ରଭାବରେ ଜାପାନ୍‌ ଉପକୂଳର ୧୨ଟି ଜିଲ୍ଲାରେ ନାହିଁ ନଥିବା କ୍ଷତି ଘଟିଛି। ଏଥିସହ ଏହି ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ରେ ସରକାରୀ ଭାବେ ୧୦ଙ୍କର ମୁତ୍ୟୁ ଘଟିଥିବା ବେଳେ ୧୪୦ ଜଣ ଆହତ ହୋଇଥିବା କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମାନଙ୍କ ପକ୍ଷରୁ ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ରେ ମୁତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଜାପାନ୍‌ର ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଜାପାନ୍‌ ସହ ରହିଛି ଏବଂ ଜାପାନ୍‌ ନିଜର ଶକ୍ତି ଓ ସାମର୍ଥ୍ୟ ବଳରେ ଏହି ବିପତ୍ତିର ସଫଳ ମୁକାବିଲା କରିବାରେ ସମର୍ଥ ହେବ ବୋଲି ଜାପାନ୍‌ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସମ୍ବନ୍ଧିତ ଖବର