ପ୍ରକାଶ ପାଇଲା ‘ୟୁଜିସି ନେଟ୍‌’ ୨୦୨୧-୨୨ ଫଳାଫଳ

ନୂଆଦିଲ୍ଲୀ: ଆଜି  ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌, ନ୍ୟାସ୍‌ନାଲ୍‌ ଇଲିଜିବିଲିଟି ଟେଷ୍ଟ୍‌’ ବା ‘ୟୁଜିସି ‌ନେଟ୍‌’ ୨୦୨୧-୨୨ର ଫଳାଫଳ ଘୋଷଣା କରିଛି।

Image Courtesy of DNA India

ଏବେ ପ୍ରାର୍ଥୀମାନେ ‘ଅଫିସିୟାଲ୍‌ ୱେବ୍‌ସାଇଟ୍‌ସ୍‌’ ugcnet.nta.nic.inରେ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁନ୍‌ ସାଇକ୍ଲ୍‌ ପାଇଁ ସେମାନଙ୍କର ‘ଏନ୍‌ଟିଏ ଏନ୍‌ଇଟି’ ଫଳାଫଳ ଚେକ୍‌ କରିପାରିବେ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ‘ଆପ୍ଲିକେସନ୍‌ ନମ୍ବର’ ଓ ‘ପାସ୍‌ୱାର୍ଡ’ ଏଣ୍ଟର୍‌ କରିବାକୁ ପଡ଼ିବ।

Image Courtesy of College Dekho

କୋଭିଡ୍‌-୧୯ ଜନିତ ମହାମାରୀ ଯୋଗୁଁ ଏକତ୍ର ଡିସେମ୍ବର ଓ ଜୁନ୍‌ ସାଇକ୍ଲ ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ‘ୟୁଜିସି ଏନ୍‌ଇଟି ୨୦୨୧-୨୨’ ଫଳାଫଳକୁ ଅପେକ୍ଷା କରିଥିଲେ। ଉକ୍ତ ପରୀକ୍ଷା ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ହୋଇଥିଲା ୨୦୨୧ ନଭେମ୍ବର ୨୦ ରୁ ୨୦୨୧ ଡିସେମ୍ବର ୫ ମଧ୍ୟରେ। ଦ୍ବିତୀୟ ପର୍ଯ୍ୟାୟ ହୋଇଥିଲା ୨୦୨୧ ଡିସେମ୍ବର ୨୪ ରୁ ୨୭ ପର୍ଯ୍ୟନ୍ତ। ଏବଂ ତୃତୀୟ ପର୍ଯ୍ୟାୟ ହୋଇଥିଲା ୨୦୨୨ ଜାନୁଆରି ୪ ଓ ୫ ଦିନ।

ସମ୍ବନ୍ଧିତ ଖବର