ରୁଷ-ୟୁକ୍ରେନ ଯୁଦ୍ଧ: ପଛକୁ ହଟୁଥିବା ସୈନିକଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ ପୁଟିନ

ନୂଆଦିଲ୍ଲୀ: ଯୁଦ୍ଧରୁ ପଛକୁ ହଟୁଥିବା ସୈନିକଙ୍କୁ ଗୁଳି ମାର। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଭଳି ଆଦେଶ ଦେଇଥିବା ଦାବି କରିଛି ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ। ଶୁକ୍ରବାର ଦିନ ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଏକ ଗୁଇନ୍ଦା ଏଜେନ୍ସି ର ଅପଡେଟକୁ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଟ୍ୱିଟ୍ କରି ଏହି ସୂଚନା ଦେଇଛି।। ଏହି ଟୁଇଟରେ ଦର୍ଶାଯାଇଛି ଯେ ରୁଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରୁ ପଛକୁ ଫେରି ଆସିଥିବା ସୈନିକମାନଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଟେନ ଦାବି କରିଛି ଯେ ରୁଷ ଏଥିପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି। ରୁଷୀୟ ସେନା ମଧ୍ୟରେ ଯୁଦ୍ଧକୁ ନେଇ ଉତ୍ସାହ ଏବଂ ମନୋବଳ ହ୍ରାସ ପାଇଥିବାରୁ ପୁଟିନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ, ରୁଷର ଜେନେରାଲ ତାଙ୍କ କମାଣ୍ଡୋମାନଙ୍କୁ ଯୁଦ୍ଧରୁ ପଛକୁ ହଟିଥିବା ସୈନିକଙ୍କ ବିରୋଧରେ ଅସ୍ତ୍ର ବ୍ୟବହାର କରିବାକୁ କହିଛନ୍ତି। ଚେତାବନୀ ଦେବା ପରେ ମଧ୍ୟ ଯଦି କୌଣସି ସୈନିକ ଯୁଦ୍ଧକୁ ଫେରିବାକୁ ପ୍ରସ୍ତୁତ ନହୁହଁନ୍ତି, ତେବେ ସେମାନଙ୍କୁ ଗୁଳି କରିବା ପାଇଁ ଆଦେଶ ଦିଆଯାଇଛି ବୋଲି ଦାବି କରିିଛି ବ୍ରିଟେନ।

ସମ୍ବନ୍ଧିତ ଖବର