ବେଲାରୁଷ୍‌ରେ ରୁଷ୍‌ ସହିତ ଶାନ୍ତି ଆଲୋଚନା ପ୍ରସ୍ତାବକୁ ଗ୍ରହଣ କଲା ୟୁକ୍ରେନ

କିଏଭ୍‌: ବେଲାରୁଷ୍‌ରେ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ରୁଷ୍‌ ଦେଇଥିବା ପ୍ରସ୍ତାବକୁ ଆଜି ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବେଲାରୁଷକୁ ଛାଡ଼ି ଅନ୍ୟ କେଉଁ ସ୍ଥାନରେ ଆଲୋଚନା ହେଲେ ୟୁକ୍ରେନ ଆଲୋଚନା ପାଇଁ ରାଜି ବୋଲି କହିଥିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି। ହେ‌ଲେ ଏବେ ଖବର ମିଳୁଛି ଯେ, ବେଲାରୁଷ୍‌ରେ ରୁଷ୍‌ ସହିତ ଶାନ୍ତି ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ଗ୍ରହଣ କରିଛି। ବେଲାଋଷ ସୀମାରେ ଋଷ ସହ ଆଲୋଚନା କରିବାକୁ ୟୁକ୍ରେନ ରାଜି ହୋଇଛି ବୋଲି ନ୍ୟୁଜ୍ ଏଜେନ୍ସି ଏଏଫପି ସୂଚନା ଦେଇଛି।

ଏହା ପୂର୍ବରୁ ରୁଷ୍‌ ସହିତ ଶାନ୍ତି ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଜେଲେନ୍‌ସ୍କି କହିଥିଲେ, ବେଲାରୁ‌ଷ୍‌ରେ ଥାଇ କେତେକ ରୁଷ୍‌ ସୈନିକ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନ୍‌ରେ ପ୍ରବେଶ ପାଇଁ ବେଲାରୁଷ୍‌ ରୁଷୀୟ ସେନାକୁ ରାସ୍ତା ଦେଇଛି। ବେଲାରୁଷ୍‌ରୁ ରୁଷୀୟ କ୍ଷେପଣାସ୍ତ୍ର ଏବଂ ବିମାନ ଆକ୍ରମଣ କରାଯାଇଛି। ତେଣୁ, ୟୁକ୍ରେନ୍‌ ପ୍ରତି ବିଦ୍ବେଷ ମନୋଭାବ ନ ଥିବା ଅନ୍ୟ କ‌ୌଣସି ସ୍ଥାନରେ ଶାନ୍ତି ଆଲୋଚନା ପାଇଁ ସେ ରାଜି ବୋଲି କହିଛନ୍ତି। ୱାରସ, ଇସ୍ତାନ୍‌ବୁଲ୍‌ ଏବଂ ବାକୁ ଆଦି ସ୍ଥାନରେ ଆଲୋଚନା ହେଲେ ସୁବିଧା ହେବ। ହେଲେ ଏବେ ବେଲାଋଷ ସୀମାରେ ୟୁକ୍ରେନ ଆଲୋଚନା ପାଇଁ ରାଜି ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରମାଣୁ ପ୍ରତିରୋଧୀ ବଳକୁ ସତର୍କ ରହିବାକୁ କହିଛନ୍ତି। ତେବେ ଆଲୋଚନା ପରେ ଯୁଦ୍ଧ ସମାପ୍ତ ହେବ କି ଆହୁରି ବଢ଼ିବ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ସମ୍ବନ୍ଧିତ ଖବର