ୟୁକ୍ରେନ୍‌ ଯୁଦ୍ଧ: ମୋଦୀଙ୍କ ଆଭିମୁଖ୍ୟକୁ ଆମେରିକା ଗଣମାଧ୍ୟମରେ ପ୍ରଶଂସା

ୱାସିଂଟନ୍‌: ଆମେରିକାର ପ୍ରମୁଖ ଗଣମାଧ୍ୟମଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିପୁଳ ପ୍ରଶଂସା କରାଯାଇଛି। ଗତକାଲି ଏସ୍‌ସିଓ (ସାଂଘାଇ ସହଯୋଗ ସଂଗଠନ) ସମ୍ମିଳନୀ ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କଲାବେଳେ ମୋଦୀ କହିଥିଲେ, ଏବେ ଯୁଦ୍ଧର ସମୟ ନାହିଁ। ଯୁଦ୍ଧ ସମ୍ପର୍କରେ ମୁଁ ଆପଣଙ୍କ ସହ ଫୋନ୍‌ରେ କଥା ହୋଇଛି। ବିଶ୍ବ ସାମ୍ନା କରୁଥିବା ବିଭିନ୍ନ ସଙ୍କଟର ସମାଧାନ କରିବା ଉପରେ ଆମେ ଗୁରୁତ୍ବ ଦେବାକୁ ହେବ। ଆମେ କିଭଳି ଶାନ୍ତିର ପଥରେ ଆଗକୁ ଅଗ୍ରସର ହୋଇପାରିବା ସେ ଦିଗରେ ଆଲୋଚନା କରିବା ପାଇଁ ଆଜି ସୁଯୋଗ ମିଳିଛି ବୋଲି ମୋଦୀ କହିଥିଲେ। ‌ ମୋଦୀଙ୍କର ଏହି ଟିପ୍ପଣୀକୁ ଆମେରିକାର ପ୍ରମୁଖ ଗଣମାଧ୍ୟମରେ ପ୍ରଶଂସା‌ କରାଯାଇଛି। ୱାସିଂଟନ ପୋଷ୍ଟ୍‌ରେ ମୋଦୀ ପୁଟିନଙ୍କୁ ଯୁଦ୍ଧ ପ୍ରସଙ୍ଗରେ କହିଥିବା କଥାକୁ ‌ପ୍ରମୁଖତାର ସହ ପ୍ରକାଶ କରାଯାଇଛି। ଉଭୟ ୱାସିଂଟନ ପୋଷ୍ଟ୍‌ ଏବଂ ନ୍ୟୁୟର୍କ ଟାଇମ୍ସରେ ଏହା ଆଜିର ମୁଖ୍ୟ ଖବର ଭାବେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର