ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମାଓ-ମୁକାବିଲା ବୈଠକ; ଯୋଗଦେଲେ ନବୀନଙ୍କ ସମେତ ମାଓପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ଦମନ ଅପରେସନର ସମୀକ୍ଷା  ବୈଠକ ଆରମ୍ଭ ହୋଇଛି । ବୈଠକରେ ମାଓ ପ୍ରବଣ ଅଂଚଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଛନ୍ତି । ଏହି  ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ମନ୍ତ୍ରାଳୟ ଗୁଇନ୍ଦା ବିଭାଗ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇଛନ୍ତି।

ନକ୍ସଲ ପ୍ରଭାବିତ ରାଜ୍ୟ ଓଡିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ. ବିହାର,ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଛନ୍ତି  । ବୈଠକରେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ବେଳେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନାହାନ୍ତି । ମାଓବାଦୀ ଦମନ ସମେତ ମାଓ ପ୍ରଭାବିତ ଅଂଚଳ ଗୁଡିକରେ ବିକାଶର କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ଉପରେ ବୈଠକରେ ଆଲୋଚନା ଚାଲିଛି ।

ଏଥିସହିତ ହିଁ ବୈଠକରେ ଯେଉଁ ସବୁ ଅଂଚଳମାନଙ୍କରେ ମାଓବାଦୀଙ୍କ ଉପଦ୍ରବ ଅଧିକ ରହିଛି, ସେଠାରେ କମ୍ବିଂ ଅପରେସନ ଜୋରଦାର କରାଯିବା ସହ ଆବଶ୍ୟକୀୟ ପୁଲିସ୍ ଫୋର୍ସ ମୁତୟନ ପାଇଁ ଗୁରୁତ୍ୱ ଦିଆଯିବ । ସେହିଭଳି ନକ୍ସଲଙ୍କ ନିକଟକୁ ଆସୁଥିବା ଅର୍ଥକୁ ବନ୍ଦ କରିବା ଏବଂ ମାଓବାଦୀଙ୍କ ଛାମୁଆ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବୈଠକରେ ଆଲୋଚନା ହେବା ନେଇ ଜଣାପଡିଛି ।

ସମ୍ବନ୍ଧିତ ଖବର