କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅଭିଯାନ ପଦକ ଘୋଷିତ; ‘ଆଇଟିବିପି’କୁ ୨୬୦ ପଦକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଗୃହବ୍ୟାପାର ମନ୍ତ୍ରାଳୟ ଚଳିତ ବର୍ଷର ‘ୟୁନିୟନ ହୋମ୍‌ ମିନିଷ୍ଟର୍‌ର୍ସ ସ୍ପେସାଲ୍‌ ଅପରେସନ୍‌ ମେଡାଲ୍‌’ ବିଜୟୀଙ୍କ ନାମ ଘୋଷଣା କରିଛି। ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ ପୁଲିସ ଏବଂ କର୍ଣ୍ଣାଟକ ସମେତ ‘ଏନ୍‌ଆଇଏ’, ‘ସିଆଇଏସ୍‌ଏଫ୍‌’, ‘ଏନ୍‌ଡିଆର୍‌ଏଫ୍‌’ ଏବଂ ‘ଆଇଟିବିପି’ର ୩୯୦ରୁ ଅଧିକ କର୍ମଚାରୀଙ୍କୁ ଉପରୋକ୍ତ ପଦକ ନିମନ୍ତେ ଚୟନ କରାଯାଇଛି।

ଆତଙ୍କବାଦ, ବର୍ଡର ଆକ୍‌ସନ୍‌, ଆର୍ମସ୍‌ କଣ୍ଟ୍ରୋଲ୍‌, ଡ୍ରଗ୍‌ ଚୋରାଚାଲାଣ ଏବଂ ଉଦ୍ଧାର ଅଭିଯାନ କ୍ଷେତ୍ରରେ ସ୍ୱତନ୍ତ୍ର ଅଭିଯାନ ନିମନ୍ତେ ନିରାପତ୍ତାବଳଙ୍କୁ ଏହି ପଦକ ପ୍ରଦାନ କରାଯାଏ।

Deepam Seth: Image Courtesy of The Times of India

ଚଳିତ ବର୍ଷ ‘ଇଣ୍ଡୋ-ତିବେତାନ୍‌ ବର୍ଡର୍‌ ପୋଲିସ୍‌’ର (ଆଇଟିବିପି) ୨୬୦ଜଣ ଯବାନଙ୍କୁ ଏହି ପଦକ ପାଇଁ ଚୟନ କରାଯାଇଛି। ପୂର୍ବ ଲଦାଖରେ ପ୍ରତିକୂଳ ବାତାବରଣରେ ‘ଅପରେସନ୍‌ ସ୍ନୋ ଲେପର୍ଡ’ ସମେତ କେତେଗୁଡ଼ିଏ ସ୍ୱତନ୍ତ୍ର ଅଭିଯାନ ପାଇଁ ଆଜି ‘ଜାତୀୟ ଏକତା ଦିବସ’ ଅବସରରେ ସେମାନଙ୍କୁ ଏହି ପଦକ ପ୍ରଦାନ କରାଯାଉଛି। ପଦକ ଗ୍ରହଣକାରୀଙ୍କ ମଧ୍ୟରେ ଅଛନ୍ତି, ‘ଆଇଟିବିପି’ ଉତ୍ତର ପଶ୍ଚିମ ସୀମାନ୍ତର ତତ୍‌କାଳୀନ ଆଇ.ଜି. ଦୀପମ୍‌ ସେଠ୍‌। ଚୀନ୍‌ ସହ ୧୦ମ ପର୍ଯ୍ୟାୟ ‘ସିନିୟର୍‌ ହାଇଏଷ୍ଟ୍‍ ମିଲିଟାରି କମାଣ୍ଡର୍‌’ସ୍ତରୀୟ ଆଲୋଚନାରେ ସେ ସଦସ୍ୟ ଥିଲେ।

ସେମାନଙ୍କ ବ୍ୟତିରେକେ, ବରିଷ୍ଠ ‘ଆଇପିଏସ୍‌’ ଅଧିକାରିଣୀ ସୋନିଆ ନାରଙ୍ଗଙ୍କ ସମେତ ‘ଏନ୍‌ଆଇଏ’ର ପ୍ରାୟ ୧୬ଜଣ କର୍ମଚାରୀ ମଧ୍ୟ ଏହି ପଦକ ପାଇବେ।

ସମ୍ବନ୍ଧିତ ଖବର