ତିବ୍ଦତ ପାଇଁ ଚୀନ୍ ସହ ଯୁଦ୍ଧ, ଇତିହାସରୁ ଶିକ୍ଷା
ନୂଆଦିଲ୍ଲୀ: ୧୯୪୯ ମସିହାରେ ପିପୁଲସ୍ ରିପବ୍ଲିକ୍ ଅଫ୍ ଚାଇନା ଗଠନ ହେବା ପରେ ଚୀନ୍ ସହ ପାରସ୍ପରିକ ସମ୍ପର୍କ ବଜାୟ ରଖିବା ହିଁ ଭାରତ ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ନୀତି ଥିଲା। ତେବେ ତିବ୍ଦତ ଦଖଲ କରିବା ପାଇଁ ଚୀନ୍ ଘୋଷଣା କରିବା lj ଭାରତ ଏହାର ପ୍ରତିବାଦ କରିବା ସହ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲା। ୧୯୫୪ ମସିହାରେ ଉଭୟ ଦେଶ ମଧ୍ୟରେ ପଞ୍ଚଶୀଳ ନୀତି ସ୍ବାକ୍ଷର ହୋଇଥିଲା, ଯେଉଁଥିରେ ତିବ୍ଦତରେ ଚୀନ୍ର ଶାସନକୁ ଭାରତ ସ୍ବୀକାର କରିଥିଲା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ‘ହିନ୍ଦୁ-ଚୀନୀ ଭାଇ-ଭାଇ’ ବୋଲି ସ୍ଲୋଗାନକୁ ପ୍ରୋତ୍ସାହିତ କରିଥିଲେ। ତେବେ ଭାରତର ନିର୍ଦ୍ଦିଷ୍ଟ ସୀମାରେଖାର ନକ୍ସା ପ୍ରସ୍ତୁତି ପାଇଁ ୧୯୫୪ରେ ନେହରୁ ଚୀନ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାତ୍ର ଭାରତର ଲକ୍ଷେ ୨୦ ହଜାର ବର୍ଗ କିମି ଅଞ୍ଚଳକୁ ନିଜର ବୋଲି ଚୀନ୍ ତା ମାନଚିତ୍ରରେ ଦର୍ଶାଇଥିଲା। ତେବେ ଏତି ନେି ପ୍ରଶ୍ନ ଉଠିବା ପରେ ଚୀନ୍ର ପ୍ରଥମ ପ୍ରଧାନମନ୍ତ୍ରୀ ଝାଓ ଏନ୍ଲାଇ ନକ୍ସାରେ ତ୍ରୁଟି ରହିଥିବା ସ୍ବୀକାର କରିଥିଲେ। ଅପରପକ୍ଷେ, ୧୯୫୯ ମାର୍ଚ୍ଚରେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଲାସାରୁ ପଳାଇ ଆସି ଭାରତରେ ଉଚ୍ଛ୍ବସିତ ସମ୍ବର୍ଦ୍ଧିତ ହେବା ଘଟଣା ଚୀନ୍ ନେତା ମାଓ ସେ ତୁଙ୍ଗ୍ଙ୍କୁ ଭୀଷଣ କ୍ଷୁବ୍ଧ କରିଥିଲା। ଭାରତ ଦ୍ବାରା ଏପରି ଲାସା ବିପ୍ଳବୀ ସୃଷ୍ଟି କରଯାଉଛି ବୋଲି ସେ ଅଭିଯୋଗ ଆଣିଥିଲେ। ସୁତରାଂ ତିବ୍ଦତ ଦଖଲରେ ଭାରତ ପ୍ରତିବନ୍ଧକ ବୋଲି ଧାରଣା ରହି ଆସିଥିଲା। ଏହାକୁ କେନ୍ଦ୍ର କରି ଭାରତ ଓ ଚୀନ୍ ସେନା ମଧ୍ୟରେ ଏକାଧିକ ବାର ଉତ୍ତେଜନା ଦେଖାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଏପରିକି ୧୯୫୯ ଅକ୍ଟୋବରରେ ମଧ୍ୟ କଙ୍ଗକା ପାସ୍ଠାରେ ଦୁଇ ଦେଶର ସୈନିକ ମୁହାମୁହିଁ ହେବା ଦ୍ବାରା ୯ ଜଣ ଭାରତୀୟ ଯବାନଙ୍କର ମୃତୁ ଘଟିଥିଲା। ତେବେ ସେତେବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିବା ଭାରତ ବିବାଦୀୟ ସୀମା ଇଲାକାରୁ ନିଜର ସୁରକ୍ଷା ବଳଙ୍କୁ ଫେରାଇ ଆଣିଥିଲା। ସେହିପରି ଚୀନ୍ ଆକ୍ରମଣାତ୍ମକ ମନୋଭାବ ୧୯୬୨ରେ ପୁଣି ଉଗ୍ରରୂପ ନେଇଥିଲା। ୧୯୬୨ ଜୁଲାଇ ୧୦ରେ ୩୫୦ ଚୀନ୍ ସୈନିକ ଚୁସୁଳ ସ୍ଥିତ ଏକ ଭାରତୀୟ ଘାଟିକୁ କବ୍ଜା କରିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଗୋର୍ଖାମାନଙ୍କୁ ଆଉ ଭାରତ ପକ୍ଷରୁ ଯୁଦ୍ଧ ନକରିବା ପାଇଁ ପ୍ରବର୍ତ୍ତାଥିଲେ। ଶେଷରେ ୧୯୬୨ ଅକ୍ଟୋବର ୨୦ରେ ଚୀନ୍ ଭାରତ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ତେବେ ଜୀବନରେ କେବେ ବି ଚୀନ୍ ଆକ୍ରମଣ କରିବ ନାହିଁ ବୋଲି ବିଶ୍ବାସ କରି ଆସୁଥିବା ଭାରତ ଶେଷରେ ଠକିଯାଇଥିଲା। ଦୀର୍ଘ ମାସକ ପରେ ନଭେମ୍ବର ୨୧ରେ ଶେଷ ହୋଇଥିବା ଚୀନ୍ର ୮୦ ହଜାର ସୈନିକଙ୍କ ମୁକାବିଲା ପାଇଁ ଭାରତର ମାତ୍ର ୧୦ ହଜାରରୁ ୨୦ ହଜାର ସୈନ ଯଥେଷ୍ଟ ହୋଇନଥିଲେ। ଅବଶ୍ୟ ଭାରତର ଏପରି ପଛଘୁଞ୍ଚା ପାଇଁ ଅନେକ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭିକେ ମେନନ୍ଙ୍କୁ ଦାୟୀ କରନ୍ତି। ପରିସ୍ଥିତିକୁ ଠିକ୍ରେ ପରିଚାଳନା କରିବାରେ ସେ ବିଫଳ ଥିଲେ ବୋଲି ସଂସଦ ବାହାରେ ଓ ଭିତରେ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।