ଜରୁରିକାଳୀନ ଅବତରଣ କରିଥିବା ବିମାନ ଭିତରେ ଥିବା ୧୨୦ ଯାତ୍ରୀଙ୍କ ମଧ୍ୟରେ ତେଲୁଗୁ ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀ ବି ଥିଲେ

ମୁମ୍ବାଇ: ମୁମ୍ବାଇରୁ ହାଇଦ୍ରାବାଦ୍‌ ଯାଉଥିବା ଭିସ୍ତାରା ବିମାନଟି ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇଛି। ବିମାନଟି ୧୨୦ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିବା ପରେ ବିମାନରେ ତ୍ରୁଟି ପରିଲିଖିତ ହୋଇଥିଲା। ଫଳରେ ବିମାନଟି ବେଶୀ ଦୂରକୁ ଉଡ଼ାଣ ଭରି ନପାରି ମୁମ୍ବାଇ ବିମାନ ବନ୍ଦରରେ ହିଁ ଲ୍ୟାଣ୍ଡ୍‌ କରିଛି।

ଭିସ୍ତାରାର ମୁଖପାତ୍ର କହିଛନ୍ତି, ‘ଆମର ହାଇଦ୍ରାବଦ୍‌ସ୍ଥିତ ବିମାନ ୟୁକେ୮୬୯ରେ ଯାନ୍ତ୍ରିକ ତ୍ରୁଟି ପରିଲିଖିତ ହେବା ପରେ ବିମାନଟିକୁ ମୁମ୍ବାଇକୁ ଫେରସ୍ତ ଅଣାଯାଇଛି। ଏହି କାରଣରୁ ଯାତ୍ରୀମାନଙ୍କୁ ସାମ୍ନା କରିବାକୁ ପଡ଼ିଥିବା ସମସ୍ୟା ପାଇଁ ଆମେ ଅନୁତାପ ଅନୁଭବ କରୁଛୁ। ମାତ୍ର ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହିଁ ଏପରି ନିଷ୍ପତ୍ତି ନିଆଯାଇଛି, ଯାହାକି ଆମ ପାଇଁ ପ୍ରାଥମିକତା। ବିମାନରେ ଯାତ୍ରର ଭରୁଥିବା ୧୨୦ ଜଣ ଯାତ୍ରୀଙ୍କ ପାଇଁ ଆଉ ଏକ ବିମାନ ଯୋଗାଡ଼ କରାଯାଇଛି।’

ତେବେ, ଜାଣିବାକୁ ମିଳିଛି ଯେ ଏହି ଯାତ୍ରୀମାନଙ୍କ ମଧ୍ୟରେ ତେଲୁଗୁ ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀ ମଧ୍ୟ ଥିଲେ। ନିଜର ବ୍ୟବସାୟ ସଂପର୍କିତ କାମ ପାଇଁ ଚିରଞ୍ଜୀବୀ ମୁମ୍ବାଇରେ ଥିଲେ।

ସମ୍ବନ୍ଧିତ ଖବର