୧୭ଶ ‘ଏସିଆନ୍‌- ଇଣ୍ଡିଆ ଶିଖର ସମ୍ମିଳନୀ’ରେ ପ୍ରଧାନମନ୍ତ୍ର ମୋଦୀ କହିଲେ, ପ୍ରତିବର୍ଷ ଭଳି ଏବର୍ଷ ଆମେ ‘ପରିବାର ଫଟୋ’ ଉଠାଇ ପାରିଲେ ନାହିଁ

ନୂଆଦିଲ୍ଲୀ: ଭାରତର ସୁପରିକଳ୍ପିତ ସହଯୋଗିତା ଏବଂ ‘ଏସିଆନ୍‌’ ଆମର ସାଧାରଣ ଐତିହାସିକ, ଭୌଗୋଳିକ ଏବଂ ସାଂସ୍କୃତିକ ଐତି‌‌ହ୍ୟ ଉପରେ ପର୍ଯ୍ୟବେଶିତ ବୋଲି ଗୁରୁବାର ଦିନ ‘୧୭ଶ ଏସିଆନ୍‌-ଇଣ୍ଡିଆ ଶିଖର ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି। କୋଭିଡ୍‌-୧୯ ମହାମାରୀ ପ୍ରସଙ୍ଗରେ ଆଲୋଚନା କରି ସେ କହିଲେ ଯେ, ଅନ୍ୟ ବର୍ଷମାନଙ୍କ ଭଳି ଏବର୍ଷ ସମ୍ମିଳନୀରେ ‘ପରିବାର ଫଟୋ’ ଉଠାଇ ହେଲା ନାହିଁ।

ସେ ଆହୁରି ମଧ୍ୟ କହିଲେ ଯେ, ‘ଏସିଆନ୍‌’ ସର୍ବଦା ଆମ ‘ଆକ୍ଟ୍‌ ଇଷ୍ଟ୍‌ ପଲିସ୍‌’ର ମୂଳତତ୍ତ୍ବ ହୋଇ ରହିଆସିଛି। ଭାରତର ‘ଇଣ୍ଡୋ ପେସିଫିକ୍‌ ଓସେନ୍‌ସ୍‌ ଇନିସିଏଟିଭ୍‌’ ଏବଂ ‘ଏସିଆନ୍‌’ର ‘ଆଉଟ୍‌ଲୁକ୍‌ ଅନ୍‌ ଇଣ୍ଡୋ ପେସିଫିକ୍‌’ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି।

Image Courtesy of RSSing

ପ୍ରତି କ୍ଷେତ୍ରରେ ଆମେ ଭାରତ ଓ ‘ଏସିଆନ୍‌’ ମଧ୍ୟରେ ସଂଯୋଗ ବୃଦ୍ଧି କରିବାକୁ ଚାହୁଁଛୁ। ସମ୍ମିଳନୀ ଭର୍ଚ୍ୟୁଆଲ୍‌ ହେଲେ ବି ଏହା ହେଉଛି ଆମମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ହ୍ରାସ ନିମନ୍ତେ ଉଦ୍ୟମ।

‘ଆସୋସିଏସନ୍ ଅଫ୍ ସାଉଥ୍‌ଇଷ୍ଟ୍‌ ଏସିଆନ୍‌ ନେସନ୍‌ସ୍’ (ଏସିଆନ୍‌) ହେଉଛି ଏ ଅଞ୍ଚଳର ସବୁଠୁ ଗୁରୁତ୍ବପୂର୍ଣ୍ଣ ସଙ୍ଗଠନ। ଇଣ୍ଡୋନେସିଆ, ମାଲେସିଆ, ଫିଲିପିନ୍ସ୍‌, ସିଙ୍ଗା‌ପୁର, ଥାଇଲାଣ୍ଡ, ବ୍ରୁନେଇ, ଭିଏତ୍‌ନାମ୍, ଲାଓସ୍‌, ମିଆଁମାର୍‌ ଏବଂ କାମ୍ବୋଡିଅ ଏହାର ସଦସ୍ୟ ଅଟନ୍ତି। ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌, ଜାପାନ ଏବଂ ଅଷ୍ଟ୍ରେଲିଆ ହେଉଛନ୍ତି ‌ଏହାର ‘ଡାଇଲଗ୍‌ ପାର୍ଟନର୍‌’ ଅଛନ୍ତି। ଅର୍ଥାତ୍ ଏହାର ସଦସ୍ୟ ନ ହୋଇ ମଧ୍ୟ ଅବଦାନ ଦେଉଛନ୍ତି।

ଆଜିର ସମ୍ମିଳନୀରେ ଭିଏତ୍‌ନ‌ାମର ପ୍ରଧାନମନ୍ତ୍ରୀ ନ୍ୟୁଏନ୍‌ ଚୁଆନ୍‌ ଫୁକ୍‌ ସହ-ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧିତ ଖବର