ରାଫେଲକୁ ନେଇ ଆମେ ସଠିକ୍‌ ସାବ୍ୟସ୍ତ ହୋଇଛୁ: ପୂର୍ବତନ ବାୟୁସେନା ମୁଖ୍ୟ

ରାଫେଲ ସଂକ୍ରାନ୍ତ ସମସ୍ତ ପୁନର୍ବିଚାର ଆବେଦନକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଥିବାରୁ ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌. ଧନୋଆ ଏହାକୁ ସ୍ବାଗତ କରି କହିଛନ୍ତି ରାଫେଲ ମାମଲାରେ ଆମେ ସଠିକ୍‌ ସାବ୍ୟସ୍ତ ହୋଇଛି। ପୂର୍ବରୁ ଏହି ମାମଲାରେ ପ୍ରଥମେ ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ସବୁକିଛି ସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ରାଜନୈତି କାରଣରୁ ଏହି ବିବାଦକୁ ଅଧିକ ବଢ଼ାଯାଇଥିଲା। ସେତେବେଳେ ମୁଁ ସୁପ୍ରିମ୍‌ କୋର୍ଟ ରାୟକୁ ସମର୍ଥନ କରିବାରୁ ଏହାକୁ ମଧ୍ୟ ସମାଲୋଚନା କରି ରାଜନୈତିକ ବୟାନ ବୋଲି କୁହାଯାଇଥିଲା। ଆଜି ସୁପ୍ରିମ୍‌ କୋର୍ଟଙ୍କ ରାୟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର