ଯୁଦ୍ଧ ସମୟରେ ଶତ୍ରୁଙ୍କୁ ନିପାତ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ, ଗଠନ ହେବ ୪ରୁ ୬ଟି ଥିଏଟର କମାଣ୍ଡ: ଜେନେରାଲ୍ ବିପିନ୍‌ ରାୱତ

ନୂଆଦିଲ୍ଲୀ: ଜେନେରାଲ ବିପିନ୍‌ ରାୱତ ନୂଆବର୍ଷରେ ଭାରତର ପ୍ରଥମ ସିଡିଏସ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ  ତିନି ବାହିନୀ ମଧ୍ୟରେ କିଭଳି ଉତ୍ତମ ସମନ୍ଵୟ ରହିପାରିବ ସେଥିପାଇଁ ବିପିନ୍‌ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏପରିକି ଭବିଷ୍ୟତରେ ଥିଏଟର କମାଣ୍ଡ ଗଠନ କରିବାକୁ ସଂକେତ ବି ଦେଇଛନ୍ତି । ଏହା ସାହାଯ୍ୟରେ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ନିପାତ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇପାରିବ । ଏହି ଥିଏଟର କମାଣ୍ଡ ଗଠନ ସହ ଭାରତୀୟ ସେନା ବାହୁବଳୀ ପାଲଟିଯିବ । ତେବେ ଥିଏଟର କମାଣ୍ଡ କଣ? ଦେଶ ପାଇଁ ଥିଏଟର କମାଣ୍ଡ କାହିଁକି ଜରୁରୀ? କେଉଁଠି ଗଠନ ହୁଏ ଥିଏଟର କମାଣ୍ଡ ଆସନ୍ତୁ ସେବିଷୟରେ ଜାଣିବା…

Image result for what-is-theater-command-its-importance-in-indian-army
Business Standard

କୌଣସି ଯୁଦ୍ଧ ସମୟରେ ଥିଏଟର କମାଣ୍ଡର ସବୁଠୁ ଅଧିକ ଆବଶ୍ୟକତା ପଡିଥାଏ । ଯୁଦ୍ଧ ସମୟରେ ୩ ସେନା ମଧ୍ୟରେ ତାଳମେଳ ବଜାୟ ରଖିବା ପାଇଁ ଥିଏଟର କମାଣ୍ଡର ବଡ଼ ଭୂମିକା ରହିଥାଏ । କାରଣ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ସହଜରେ ମାତ ଦେବାକୁ ଏହି କମାଣ୍ଡ ଦ୍ବାରା ହିଁ ଋଣନୀତି ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ଜଳ, ସ୍ଥଳ ଓ ବାୟୁସେନାକୁ ଏକ ସାଥୀରେ ନେଇ ଇଣ୍ଟ୍ରିଗ୍ରେଟେଡ ଥିଏଟର କମାଣ୍ଡ ଗଠନ କରିବାକୁ ଦାବି ହୋଇ ଆସୁଛି । ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ପ୍ରଥମ ଥିଏଟର କମାଣ୍ଡ ଗଠନ କରିବାକୁ ସିଡିଏସ ବିପିନ୍‌ ରାୱତ ଲକ୍ଷ୍ୟ ରଖିଛନ୍ତି।

Image result for what-is-theater-command-its-importance-in-indian-army
AajTak

ଦେଶର ଭୌଗଳିକ ଓ ସାମରିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ୩ ସେନା ଓ ଅନ୍ୟ ସୈନ୍ୟ ବଳକୁ ଏକାଠି କରାଯିବ । ଏହି କମାଣ୍ଡର ଜଣେ ହିଁ କମାଣ୍ଡର ରହିବେ । ଥିଏଟର କମାଣ୍ଡ ଗଠନ ସହ ଗୋଟିଏ କଥା ସୁନିଶ୍ଚିତ ହୋଇଯାଏ ଯେ, ୩ ସେନାର ଯବାନ ଏକାଠି କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ଏଭଳି କମାଣ୍ଡ ଗଠନ ହେବା ଦ୍ୱାରା ଖର୍ଚ୍ଚର ପରିମାଣ ମଧ୍ୟ କମ ହୋଇଯାଇଥାଏ।

ଏବେ ଦେଶରେ କେବଳ ଗୋଟିଏ ଥିଏଟର କମାଣ୍ଡ ରହିଛି । ୨୦୦୧ରେ ଆଣ୍ଡାମାନ ଓ ନିକୋବରରେ ଏହି କମାଣ୍ଡର ଗଠନ କରାଯାଇଥିଲା । ଏହାଛଡା ପରମାଣୁ ଶସ୍ତ୍ରାଗାରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍‌ ଫୋର୍ସେଜ କମାଣ୍ଡ ରହିଛି। ୨୦୦୩ ମସିହାରେ ଏହାର ଗଠନ କରାଯାଇଥିଲା । ଭାରତୀୟ ସେନାବାହିନୀରେ ଏବେ ୧୫ ଲକ୍ଷ ସୈନିକ ଅଛନ୍ତି । ତେଣୁ ଏତେ ବଡ ସେନାକୁ ସଙ୍ଗଠିତ ଓ ଏକଜୁଟ କରିବାକୁ ଥିଏଟର କମାଣ୍ଡର ଆବଶ୍ୟକତା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ୪ରୁ ୬ଟି ଥିଏଟର କମାଣ୍ଡ ଗଠନ କରାଯିବ । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଏରୋସ୍ପେଶ ଓ ଲଜିଷ୍ଟିକ ଥିଏଟର କମାଣ୍ଡ ଗଠନ କରିପାରନ୍ତି ସିଡିଏସ ବିପିନ୍‌ ରାୱତ । ପଶ୍ଚିମ ଥିଏଟର କମାଣ୍ଡ ଅଧିନରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟର କଚ୍ଛ ଉପକୂଳ ଆସିପାରେ । ସେହିଭଳି ଉତ୍ତର ଥିଏଟର କମାଣ୍ଡ ମୁଖ୍ୟତଃ ପାକିସ୍ତାନ ଓ ଚୀନ୍‌ ଉପରେ ନଜର ରଖିବେ । ଜମ୍ମୁ-କାଶ୍ମୀର ଓ ଲଦାଖର ପାହାଡିଆ ଅଞ୍ଚଳ ଏହି କମାଣ୍ଡ ଅଧିନରେ ଆସିବ। ସେହିପରି ପୂର୍ବ ଥିଏଟର କମାଣ୍ଡର ଭାରତର ଉତ୍ତର-ପୂର୍ବ ସୀମାକୁ ଲାଗି ରହିଥିବା ଚୀନ, ବାଂଲାଦେଶ ଓ ମିଆଁମାର ସୀମାର ଗତିବିଧି ଉପରେ ନଜର ରଖିବ । ଦକ୍ଷିଣ ଥିଏଟର କମାଣ୍ଡ ଦେଶର ତଟବର୍ତ୍ତୀ ସୀମା ଉପରେ କଡା ନଜର ରଖିବ।

Image result for what-is-theater-command-its-importance-in-indian-army
India Today

ସେହିପରି ଏରୋସ୍ପଶ ଥିଏଟର କମାଣ୍ଡ ଦେଶର ଆକାଶପଥରେ ନିଜର ଶକ୍ତି ଦେଖାଇବ। ଆକାଶପଥରୁ ହେଉଥିବା ଆକ୍ରମଣକୁ ପ୍ରତିହତ କରିବା ସହ ଶତ୍ରୁ ଉପରେ ନଜର ରଖିବ ଏହି ଥିଏଟର କମାଣ୍ଡ । ଲଜିଷ୍ଟିକ କମାଣ୍ଡ ଅନ୍ୟ ସମସ୍ତ ଥିଏଟର କମାଣ୍ଡ ପାଖରେ ସରଞ୍ଜାମ ପହଞ୍ଚାଇବାର କାମ କରିବ । ଏହାଛଡା ବିଦେଶୀ ଥିଏଟର କମାଣ୍ଡ ସହ ମଧ୍ୟ ଏହା ତାଳମେଳ ରଖିବା କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର