ଗରିବ ରାଷ୍ଟ୍ରକୁ ଟିକା ଯୋଗାଣ ପାଇଁ ‘ହୁ’ର ଅନୁରୋଧ

ଜେନେଭା : ଧନୀ ରାଷ୍ଟ୍ରମାନଙ୍କରେ ଯୁବବର୍ଗଙ୍କୁ ଟିକା ଦିଆଯାଉଛି। ଯେଉଁମାନେ କି ଆଦୌ ବିପଦରେ ନାହାନ୍ତି। କିନ୍ତୁ ଗରିବ ରାଷ୍ଟ୍ରମାନଙ୍କରେ ଟିକାର ଘୋର ଅଭାବ ଦେଖାଦେଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଏହାକୁ ଏକ ବୈଶ୍ବିକ ବିଫଳତା କହିଛି ଏବଂ ଟିକା ପାଇଁ ଅନୁରୋଧ କରିଛି। ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ୍‌ କହିଛନ୍ତି, ବିଶ୍ବରେ ଡେଲ୍‌ଟା ପ୍ରଜାତି ଅତି ଭୟଙ୍କର ଭାବେ ମାଡ଼ି ଚାଲିଛି। ଆଫ୍ରିକାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଗତ ସପ୍ତା‌ହ ତୁଳନାରେ ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ପ୍ରାୟ ୪୦ ପ୍ରତିଶତ ଅଧିକ ନୂଆ ସଂକ୍ରମଣ ଏବଂ ମୃତ୍ୟୁ ହୋଇଛି। ଏହା ଏକ ବୈଶ୍ବିକ ବିଫଳତା। ବର୍ତ୍ତମାନ ଯୋଗାଣରେ ସମସ୍ୟା‌ ରହିଛି। ଆମକୁ ଟିକା ଦରକାର ବୋଲି ‘ହୁ’ ମୁଖ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର