ଏ ଅପମାନ ଭୁଲି ହେବ ନାହିଁ: ଭୀମସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ

ହାଇଦ୍ରାବାଦ: ରବିବାର ଦିନ ହାଇଦ୍ରାବାଦରୁ ଗିରଫ ହୋଇଥିବା ଭୀମସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ସୋମବାର ସକାଳେ ହାଇଦ୍ରାବାଦ ପୁଲିସ ଦିଲ୍ଲୀକୁ ପଠାଇ ଦେଇଛି।

ସକାଳ ୬: ୫୫ ବିମାନରେ ଭୀମସେନା ମୁଖ୍ୟ ତଥା ଦଳିତ ନେତା ଚନ୍ଦ୍ରଶେଖର ଆଜାଦଙ୍କୁ ଦିଲ୍ଲୀ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ରବିବାର ଦିନ ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ବିରୋଧୀ ପ୍ରତିବାଦରେ ଯୋଗ ଦେବାପାଇଁ ଯାଉଥିବା ବେଳେ ତାଙ୍କୁ ହାଇଦ୍ରାବାଦରେ ଅଟକ ରଖାଯାଇଥିଲା। ପ୍ରତିବାଦସ୍ଥଳରେ ସେ ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ବିଷୟରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥାଆନ୍ତେ।

Image Source: NDTV

ସୋମବାର ସକାଳେ ଟୁଇଟ୍‌ କରି ସେ କହିଛନ୍ତି, ଦଳିତମାନେ ଏ ଅପମାନ ଭୁଲିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ବଳପୂର୍ବକ ବିମାନବନ୍ଦରକୁ ନିଆଯାଇ ଦିଲ୍ଲୀକୁ ପଠାଇ ଦିଆଯାଇଛି।

କିନ୍ତୁ, ସମ୍ପୃକ୍ତ ସ୍ଥାନରେ ସେ ଭଳି ସମାବେଶ କରାଇବାକୁ ଅନୁମତି ଦିଆଯାଇ ନ ଥିଲା ବୋଲି ପୁଲିସ କହିଛି।

‘ସିଏଏ’ ବିରୋଧୀ ପ୍ରତିବାଦରେ ଲୋକମାନଙ୍କୁ ଉତ୍‌କ୍ଷିପ୍ତ କରାଉଥିବା ଅଭିଯୋଗରେ ଚନ୍ଦ୍ରଶେଖର ଗିରଫ ହୋଇ ଦିଲ୍ଲୀର ତିହାର ଜେଲ୍‌ରେ ଥିଲେ। ଅଳ୍ପଦିନ ତଳେ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର