ମହିଳାଙ୍କ ଉନ୍ମତ୍ତ କାଣ୍ଡ; ଗଙ୍ଗା ନଦୀ ଗର୍ଭକୁ ଫୋପାଡ଼ି ଦେଲେ ନିଜର ୫ ସନ୍ତାନଙ୍କୁ

ଲକ୍ଷ୍ନୌ: ସଂପ୍ରତି ସମଗ୍ର ଦେଶରେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରା ଯାଉଥିବା ବେଳେ ଗତକାଲି (ଶନିବାର) ବିଳମ୍ବିତ ରାତ୍ରରେ ଉତ୍ତରପ୍ରଦେଶର ଭାଦୋହୀ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନିଜ ସ୍ୱାମୀଙ୍କ ସହ କଳହ ଜନିତ ଯୁକ୍ତିତର୍କକୁ କେନ୍ଦ୍ରକରି ଜନୈକା ବିବାହିତା ମହିଳା ତାଙ୍କର ପାଞ୍ଚଟି ଯାକ ସନ୍ତାନଙ୍କୁ ଗଙ୍ଗା ନଦୀର ଗର୍ଭକୁ ନିକ୍ଷେପ କରିଛନ୍ତି। ନଦୀ ମଧ୍ୟକୁ ନିକ୍ଷେପ କରାଯାଇଥିବା ୫ଟି ପିଲାଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସେଥିରେ ସଫଳତା ମିଳିପାରି ନାହିଁ।

News India

ଘଟଣା ସଂପର୍କରେ ସୂଚନା ଦେଇ ଭାଦୋହୀ ଏସ୍‌ପି ରାମ ବଦନ ସିଂହ କହିଛନ୍ତି ଯେ ଏହି ଘଟଣା ଘଟଛି ଜାହାଙ୍ଗିରାବାଦ ଗ୍ରାମରେ। ସେହି ଗ୍ରାମରେ ରହୁଥିବା ମଞ୍ଜୁ ଯାଦବ ଓ ତାଙ୍କ ସ୍ୱାମୀ ମ୍ରିଦୁଲ ଯାଦବଙ୍କ ମଧ୍ୟରେ ବିଗତ ପ୍ରାୟ ଏକ ବର୍ଷ ଧରି ସବୁବେଳେ କଳହ ଲାଗି ରହୁଥିଲା। ତେବେ, ଗତ ଶନିବାର ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳହ ଓ ଯୁକ୍ତିତର୍କ ଚରମ ସୀମାରେ ପହଞ୍ଚିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶନିବାର ବିଳମ୍ବିତ ରାତ୍ରରେ ମଞ୍ଜୁ ତାଙ୍କର ପାଞ୍ଚ ସନ୍ତାନ ଆରତୀ, ସାସ୍ୱତୀ, ମାତେଶ୍ୱରୀ, ଶିବଶଙ୍କର ଓ କେଶବକୁ ଗଙ୍ଗା ନଦୀର ଜାହାଙ୍ଗିରିଆବାଦ ଘାଟ କୂଳକୁ ଡାକିନେଇ ସମସ୍ତଙ୍କୁ ଗଙ୍ଗା ନଦୀ ଗର୍ଭକୁ ଠେଲି ଦେଇଥିଲେ।

ଆଜି ପ୍ରତ୍ୟୁଷରୁ ଘଟଣା ସଂପର୍କରେ ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀ ଗର୍ଭରୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ନଦୀ ଗର୍ଭରେ ନିଖୋଜ ଥିବା ଶିଶୁମାନଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର