କୋମାରେ ଥିଲେ, ତୁରନ୍ତ ଏମ୍‌ଆର୍‌ଆଇ କରିବା ପରିବର୍ତ୍ତେ ଅଗଷ୍ଟ ମାସର ତାରିଖ ଦେବାରୁ ପ୍ରାଣ ହରାଇଲେ ମହିଳା

ନୂଆଦିଲ୍ଲୀ : ଦିଲ୍ଲୀର ସବୁଠାରୁ ବଡ଼ ଡ଼ାକ୍ତରଖାନା ସଫଦରଜଙ୍ଗ ହସପିଟାଲରେ ଡ଼ାକ୍ତରଙ୍କ ବଡ଼ ଅବହେଳା ଦେଖିବାକୁ ମିଳିଛି । ଡ଼ାକ୍ତରଙ୍କ ଅବହେଳା ପାଇଁ କୋମାରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏ ନେଇ ମୃତ ମହିଳାଙ୍କ ପରିବାର ଲୋକେ ଡ଼ାକ୍ତରଙ୍କୁ ଦାୟୀ କରିବା ସହ ବିରୋଧ ପ୍ରଦର୍ଶନ ଆରମ୍ଭ କରି ଦେଇଛନ୍ତି ।

News18.com

ସୂଚନା ମୁତାବକ, ୪୭ ବର୍ଷୀୟ ବିମଳା କୋମାରେ ଥିବା ସହ ଡ଼ାକ୍ତର ତୁରନ୍ତ ତାଙ୍କ ମସ୍ତିଷ୍କର ଏମ୍‌ଆର୍‌ଆଇ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଡ଼ାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ରେଡିଓଲୋଜି ବିଭାଗ ପକ୍ଷରୁ ବିମଳାଙ୍କୁ ଏମ୍‌ଆର୍‌ଆଇ ଲାଗି ଅଗଷ୍ଟ ୨୬ ତାରିଖ ମିଳିଥିଲା । ତୁରନ୍ତ ଏମ୍‌ଆର୍‌ଆଇ କରାଯାଇଥିଲେ ବିମଳାଙ୍କୁ ବଞ୍ଚା ଯାଇ ପାରିଥାନ୍ତା ବୋଲି କହି ଡ଼ାକ୍ତରଖାନା ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ବିମଳାଙ୍କ ପରିବାର ଲୋକେ । କେବଳ ବିମଳାଙ୍କୁ ନୁହେଁ, ସଫଦରଜଙ୍ଗରେ ଚିକିତ୍ସିତ ହେଉଥିବା ଆଉ ଜଣେ ମହିଳା ରୋଗୀଙ୍କୁ ମଧ୍ୟ ଏମ୍‌ଆର୍‌ଆଇ ପାଇଁ ନଭେମ୍ବର ୧୨ ତାରିଖ ମିଳିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର