ପଡ଼ିଗଲେ ମହିଳା ପୁଲିସ, ହାଲ୍‌ଚାଲ୍‌ ପଚାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ପ୍ରଥମ ଜାତୀୟ ସିଆରଏସ୍‌ ପୁରସ୍କାର ସମାରୋହରେ ଆଜି ଜଣେ ମହିଳା ପୁଲିସ ହଠାତ୍‌ ତଳେ ପଡ଼ିଯିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟସ୍ତ ହୋଇ ପଡ଼ିଥିଲେ। ମଞ୍ଚ ଆଗରେ ଠିଆ ହୋଇଥିବା ଜଣେ ଦିଲ୍ଲୀ ମହିଳା ପୁଲିସଙ୍କ ଗୋଡ଼ ମକଚି ହୋଇଯିବାରୁ ସେ ତଳେ ପଡ଼ି ଯାଇଥି‌ଲେ। ତେବେ ଏହ‌ି ସମୟରେ ଜାତୀୟ ସଂଗୀତ ବାଜୁଥିଲା। ଜାତୀୟ ସଂଗୀତ ଶେଷ ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଙ୍ଗେସଙ୍ଗେ ଉକ୍ତ ମହିଳା ପୁଲିସଙ୍କ ନିକଟକୁ ଯାଇ ତାଙ୍କୁ ପାଣି ବଟଲ୍‌ ଦେଇଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉକ୍ତ ମହିଳା ପୁଲିସଙ୍କ ନିକଟରେ ପହଞ୍ଚି ତାଙ୍କ ସହ କଥା ହୋଇଥିଲେ।

ସମ୍ବନ୍ଧିତ ଖବର