ମହାବାତ୍ୟାର ୨୦ ବର୍ଷ ପରେ ଓଡ଼ିଶା ଆଗରେ, କିନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ବାଟବଣା କରୁଛି କିଏ?

ଭବାନୀ ଶଙ୍କର ତ୍ରିପାଠୀ
ଭୁବନେଶ୍ବର: ଗତ ସରକାର ସମୟରେ ରାଜ୍ୟରେ ୧୦ଲକ୍ଷ େକାଠାଘର ନିର୍ମାଣ କରାଯାଇଥିଲା। ହେଲେ ବାତ୍ୟାପ୍ରବଣ ଅଞ୍ଚଳରେ ନିର୍ମାଣ େହାଇଥିବା ଏସବୁ ଘରେ ବସବାସ କରୁଥିବା େଲାକଙ୍କୁ ଆଉ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ପଡିବନି ତ? େଯଉଁ େଲାକମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି, ଋଣଗ୍ରସ୍ତ େହାଇ ନିଜ କଳ୍ପନାକୁ ବାସ୍ତବ ରୂପ ଦେବାକୁ ଯାଇ େଗାଟିଏ େକାଠା ଘର ନିର୍ମାଣ କରିଛନ୍ତି, ତାହା ବିପର୍ଯ୍ୟୟ ରହିତ, ଏକଥା େଘାଷଣା କରାଯାଇପାରିବ କି?
ଗତ େମ’ ମାସରେ ଭୀଷଣ ରୂପ େନଇ ଆସିଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ପରେ ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାମାନଙ୍କରେ େଯଉଁ ବିଦ୍ୟୁତ ଖୁଣ୍ଟ େପାତିଛନ୍ତି, ସେସବୁ ପରବର୍ତୀ ବିପର୍ଯ୍ୟୟ ମୁକାବିଲା ପାଇଁ ସମର୍ଥ କି? ଯେଉଁ ଟେଲିଫୋନ୍ ଟାଵାର ଉପୁଡିପଡିଥିଲା, ସେସବୁ ପରବର୍ତୀ ବାତ୍ୟା ପବନରେ ଆଉ ଉପୁଡିବନି ତ?
ବାତ୍ୟା ମୁକାବିଲା େକ୍ଷତ୍ରରେ ରାଜ୍ୟ ସରକାର ଶତ ପ୍ରତିଶତ ଧନଜୀବନ ସୁରକ୍ଷା ଓ ମୃତ୍ୟୁକୁ ଶୂନ ମାତ୍ରାରେ ସୀମିତ ରଖିବା ଲାଗି ସଂକଳ୍ପ େନଉଥିବା ବେଳେ ଏଭଳି କିଛି ପ୍ରଶ୍ନ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କଲାଣି। କେଉଁଠି ନା େକଉଁଠି ସାଧାରଣ େଲାକଙ୍କ ମଧ୍ୟରେ ସନ୍ଦେହ ଉଙ୍କିମାରୁଛି େଯ ପ୍ରାକ୍ ବିପର୍ଯ୍ୟୟ ମୁକାବିଲା େକ୍ଷତ୍ରରେ ଓଡ଼ିଶା େଯତିକି ସଫଳ େହାଇଛି, ବିପର୍ଯ୍ୟୟ ପରବର୍ତୀ ସ୍ଥିତି ସୁଧାରିବାରେ ପ୍ରଦର୍ଶନ ସେତିକି ଉଲ୍ଲେଖନୀୟ େହାଇପାରିନାହିଁ। ଏକଥା ବି ବାରି ହୋଇପଡୁଛି େଯ ବିପର୍ଯ୍ୟୟକୁ ନେଇ େଲାକେ ପୂର୍ବାପେକ୍ଷା ଅଧିକ ସଚେତନ େହାଇଛନ୍ତି। ଅଥଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ମୁକାବିଲା େକ୍ଷତ୍ରରେ େଯଉଁ ସଂକଳ୍ପ ନେଇଛନ୍ତି, ତାହାର ଶତ ପ୍ରତିଶତ କାର୍ଯ୍ୟାନ୍ବୟନ ପାଇଁ ବିଭାଗ ପରିଚାଳନା କରୁଥିବା ମନ୍ତ୍ରୀ, ଅଫିସର ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି ଅଥବା ହେୟଜ୍ଞାନ ମନେ କରୁଛନ୍ତି। ପରିଣାମ ହେଲା, ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ପରିମାଣ କମୁନାହିଁ କି ଯନ୍ତ୍ରଣା। ସବୁ ବିଭାଗ ଓ ଜିଲ୍ଲା ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି େଯାଜନା କରୁଛନ୍ତି। ହେଲେ ଘର ନିର୍ମାଣ ଠାରୁ ଆରମ୍ଭ କରି ବିଦ୍ୟୁତ, ଟେଲି େଯାଗାେଯାଗ, ପିଇବା ପାଣି ଆଦି ଭିତ୍ତିଭୂମି ନିର୍ମାଣ ସମୟରେ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତ ସର୍ବନିମ୍ନ ସତର୍କତା ଅନୁପାଳନ ହେଉନାହିଁ। ନିକଟରେ ଫନି େଖାଦ୍ ରାଜଧାନୀ ଭୁବନେଶ୍ବରରେ ଜଣାଇ ଦେଇଛି ଯେ ପ୍ରସ୍ତୁତି େକଉଁଠି ଓ କିଭଳି ସ୍ଥିତିରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ ୧୮୯୧ ମସିହା ଠାରୁ ୨୦୦୦ ମସିହା ମଧ୍ୟରେ ଓଡ଼ିଶା ୯୮ଟି ବାତ୍ୟାର ସାମ୍ନା କରିଛି। ଏହି ସମୟ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୭୯ଟି, ପଶ୍ଚିମବଙ୍ଗରେ ୬୯, ତାମିଲନାଡୁରେ ୬୨ଟି ବାତ୍ୟା ବିତ୍ପାତ ଘଟାଇଛନ୍ତି। ହେଲେ ଗତ କେଇ ଦଶନ୍ଧି ମଧ୍ୟରେ ଭାରତ ସାମ୍ନା କରିଥିବା େଯ କୌଣସି ବାତ୍ୟା ଠାରୁ ୧୯୯୯ ମସିହାେର ଓଡ଼ିଶା ଉପକୂଳରେ ମାଡ଼ େହାଇଥିବା ମହାବାତ୍ୟା (ସୁପର ସାଇକ୍ଲୋନ) ସବୁଠୁ ଘାତକ ଓ ପ୍ରଳୟଙ୍କରୀ ଥିଲା। ଏହାର କ୍ଷତ ଏତେ ଗଭୀର ଥିଲା େଯ ବିଶ୍ବର େକାଣ ଅନୁକୋଣରେ ଯିଏ େଯଉଁଠି ବି ଏହାର ଚିତ୍ର ଦେଖିଥିଲେ, ସେମାନଙ୍କର ମାନସିକ ସ୍ଥିତି କିଛି କ୍ଷଣ ପାଇଁ େଦାହଲିଯାଇଥିଲା। ଏହି ବାତ୍ୟା ଜନିତ ମୃତ୍ୟୁକୁ ନେଇ ଆଜି ବି ସରକାରଙ୍କ ପାଖରେ ସଠିକ୍ ରିେପାର୍ଟ ନାହିଁ। ପାଖାପାଖି ୧୦ ହଜାର େଲାକଙ୍କ ଜୀବନ ହାନି େହାଇଥିବା କୁହାଯାଇଛି। ୧୪ଟି ଜିଲ୍ଲାରେ ହଜାର ହଜାର େଲାକଙ୍କ ତେଲ ଲୁଣ ସଂସାରକୁ ମାଟିରେ ମିଶାଇ ଦେଇଥିଲା ମହାବାତ୍ୟା।

ଅନ୍ୟପକ୍ଷରେ ୧୯୯୯ ମହାବାତ୍ୟାରୁ ଶିକ୍ଷା ପାଇ ଭାରତ ସରକାର ପାଣିପାଗ ପୂର୍ବାନୁମାନ ପାଇଁ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିବାକୁ ବାଧ୍ୟ େହାଇଥିଲେ। ମହାବାତ୍ୟା ବିପର୍ଯ୍ୟୟର ବିଫଳତାର ପାହାଡ ଚାପରେ ଓଡ଼ିଶାରେ କଂଗ୍ରେସ ସରକାର ୨୦୦୦ ମସିହାରେ ପତନ ଘଟିଲା। ସେବେଠାରୁ ଏ ଦଳ ଆଉ ଅଣ୍ଟାସଳଖି ପାରିନାହିଁ। ୧୯୯୯ ମହାବାତ୍ୟାରେ ଉଜୁଡି ଯାଇଥିବା ଓଡ଼ିଶାକୁ ସଜାଡିବାର ପ୍ରତିଶ୍ରୁତି ଦେଇ ବିଜେଡି ସରକାର କ୍ଷମତାକୁ ଆସିଛି ଓ ଦଳ ଇତିମଧ୍ୟରେ ୧୯ ବର୍ଷ ଶାସନ କରିସାରିଲାଣି। ଆଜି ଦିନରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଓଡ଼ିଶା କିଛି ପ୍ରସଙ୍ଗରେ ଅନ୍ୟ ଅଗ୍ରଣୀ ରାଜ୍ୟଠାରୁ ନିଶ୍ଚୟ ଆଗରେ। ବିପର୍ଯ୍ୟୟ ମୁକାବିଲା େକ୍ଷତ୍ରରେ ଓଡ଼ିଶାକୁ ଜାତିସଂଘ ବି ସ୍ବୀକୃତି ଦେବାକୁ ମଧ୍ୟ ବାଧ୍ୟ େହାଇଛନ୍ତି।

ମହାବାତ୍ୟା ବିପର୍ଯ୍ୟୟ ଘଟଣାର ବୟସ ବଢୁଛି। ଏହାକୁ ଅଙ୍ଗେ ନିଭାଇଥିବା େଲାକଙ୍କ ସଂଖ୍ୟା କମୁଛି। ରାଜ୍ୟ ସରକାର ବିପର୍ଯ୍ୟୟ ନିରାକରଣ, ପ୍ରଶମନ, ପ୍ରସ୍ତୁତି, ବିପର୍ଯ୍ୟୟ ଦ୍ବାରା କ୍ଷୟକ୍ଷତିର ଭରଣା ଓ ତା’ ପରବର୍ତ୍ତୀ ସହାୟତା ଏବଂ ଥଇଥାନ ବିଷୟ ଉପରେ ଅନେକ କାର୍ଯ୍ୟ କରୁଥିବା କହିଛନ୍ତି। ବିପର୍ଯ୍ୟୟ ସମୟରେ ତ୍ବରିତ ସହାୟତା, ଉଦ୍ଧାର କାର୍ଯ୍ୟ, ପୁନଃନିର୍ମାଣ ଏବଂ ଥଇଥାନ କାର୍ଯ୍ୟ େକ୍ଷତ୍ରରେ ମଧ୍ୟ ସରକାର ନିଜ ସଫଳତା େନଇ ଦେଉଥିବା ତାଲିକା ବେଶ୍ ଲମ୍ବା। ବିଶେଷଜ୍ଞମାନଙ୍କର କହିବା କଥା େହଉଛି, ଉପକୂଳ ଠାରୁ ୧୫୦ କିେଲାମିଟର ଦୂର ପର୍ଯ୍ୟନ୍ତ ଭିତ୍ତିଭୂମି ନିର୍ମାଣ ବେଳେ ତାହା ବାତ୍ୟା ପ୍ରତିରୋଧ କରିପାରିବ କି ନାହିଁ, ତାହାକୁ ଏଯାଏ ବିଭାଗମାନେ ନିଶ୍ଚିତ କରିପାରିନାହାନ୍ତି। ଫାଇଲିନ୍ ବେଳେ ହଜାର ହଜାର ବିଦ୍ୟୁତ ଖୁଣ୍ଟ ଉପୁଡିପଡିଲା। ସେ ସମୟରେ ଏଚ୍ େପାଲ୍ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ ତାହା ଫାଇଲରେ ରୁନ୍ଧି େହାଇଯାଇଛି। ତା’ ପରେ ଫାଇଲିନରେ ନୂଆ କରି ଲାଗିଥିବା ବିଦ୍ୟୁତ ଖୁଣ୍ଟ ହୁଡହୁଡରେ ଉପୁଡିଲା, ପରବର୍ତୀ ବାତ୍ୟା ବେଳେ ମଧ୍ୟ ପାଖାପାଖି େସତିକି ପରିମାଣ କ୍ଷତି ଘଟାଇଲା। ସରକାର ଛାତ ଘର କରିଦେଲେ। ହେଲେ ନିର୍ମାଣ ବେଳେ ଦୁଇଟି କଥା ଉପରେ କେହି ବି ଗୁରୁତ୍ବ ଦେଇନାହାନ୍ତି। ତାହା ହେଉଛି, ତଳିଆ ଅଞ୍ଚଳ େହାଇଥିଲେ, ସେଠାରେ କେତେ ଫୁଟ ଉଚ୍ଚରେ ଘର ନିର୍ମାଣ କରାଯିବା ଉଚିତ୍। ଝରକା,କବାଟ ବାତ୍ୟା ପବନକୁ ସାମ୍ନା କରିପାରିବ ନା ନାହିଁ। ଫନି ତାଣ୍ଡବ ବେଳେ ଦେଖାଯାଇଥିଲା େଯ ଘରର ଛାତ ଥିଲେ ବି ଝରକା କବାଟ ପବନରେ ଉଡିଲା।

ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି ଯେ ଓଡ଼ିଶାରେ ଲାଗିଥିବା ଟେଲିଫୋନ୍ ଟାଵାର ୧୫୦ରୁ ୧୮୦ କିଲୋମିଟର ପର୍ଯ୍ୟନ୍ତ ପବନକୁ ମୁକାବିଲା କରିପାରିବ। କିନ୍ତୁ ୨୦୧୩ ଫାଇଲିନ୍ େହଉ କି ୨୦୧୪ ହୁଡହୁଡ, ୨୦୧୮ ତିତିଲି କିମ୍ବା ୨୦୧୯ ଫନି େକ୍ଷତ୍ରରେ ପବନର େବଗ େଗାଟିଏ ସମୟରେ ୨୦୦ କିେଲାମିଟର ଡେଇଁଥିଲା। ଉପୁଡିଯାଇଥିବା ଟେଲିଫୋନ୍ ଟାଵାର ପୁନଃନିର୍ମାଣ ବେଳେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଟାଵାର କ୍ଷମତା ବଢାଇବା େନଇ କେଉଁ ବିଭାଗ ସତର୍କ କରାଇଛନ୍ତି? ମୌସୁମୀ ଓଡ଼ିଶା ଛାଡିବା ପରେ ରାଜ୍ୟରେ ଥିବା ବାତ୍ୟା ଆଶ୍ରୟସ୍ଥଳ ସଂପର୍କରେ ଥରୁଟିଏ ବି କେହି ଅନୁଧ୍ୟାନ କରୁନାହାନ୍ତି। ପରବର୍ତୀ ୮ମାସ ଏହି ବାତ୍ୟା ଆଶ୍ରୟସ୍ଥଳକୁ ଶତ ପ୍ରତିଶତ ସୁରକ୍ଷିତ କରିବା ଲାଗି କାହାକୁ ଉତ୍ତରଦାୟୀ କରାଯାଇଛି? େଖାଦ୍ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନାଙ୍କ ନିର୍ଦେଶରେ ନିକଟରେ ପୁରୀ ଜିଲ୍ଲାର ବାତ୍ୟା ଆଶ୍ରୟସ୍ଥଳ ସ୍ଥିତି ଅଡିଟ୍ ବେଳେ ଏ ସଂକ୍ରାନ୍ତ ସତ ପଦାକୁ ଆସିଛି। ବାକି ଜିଲ୍ଲାର ଅଡିଟ୍ ପାଇଁ ଏସଆରସି ତତ୍ପରତା ଦେଖାଇଲେଣି।

କେବଳ ବାତ୍ୟା େକ୍ଷତ୍ରରେ ନୁହେଁ, ଅଗ୍ନି, ବନ୍ୟା, ଭୂକମ୍ପ ଭଳି ବିପର୍ଯ୍ୟୟ େକ୍ଷତ୍ରରେ ଅଫିସରମାନଙ୍କ କାର୍ଯ୍ୟ ରାଜ୍ୟ ସରକାରଙ୍କ ସଂକଳ୍ପର ପରିପନ୍ଥୀ। ଅଧା ଓଡ଼ିଶା ଭୂକମ୍ପ ପ୍ରବଣ ଅଞ୍ଚଳ େଜାନ୍-୨ ଓ େଜାନ୍-୩ ଅନ୍ତର୍ଗତ। ଏସବୁ ଅଞ୍ଚଳରେ ଯୁଆେଡ ଆଖି ବୁଲାଇଲେ ବିଭିନ୍ନ ସ୍ଥାନରେ ସୁଉଚ୍ଚ େକାଠା ନିର୍ମାଣ ଚାଲିଛି। ସରକାରୀସ୍ତରରେ, ବେସରକାରୀସ୍ତରରେ ମଧ୍ୟ। ଗୃହ ନିର୍ମାଣ ବେଳେ ଏସବୁ ଅଞ୍ଚଳରେ ଭୂକମ୍ପ ପାଇଁ ସତର୍କତା ପ୍ରମାଣପତ୍ର କିଏ ଦେଇଛନ୍ତି? ଅଗ୍ନିକାଣ୍ଡ ମୁକାବିଲା ଲାଗି ସେ ଘର ଉପଯୋଗୀ ଏ ପ୍ରମାଣ ପତ୍ରର ଆବଶ୍ୟକତା କଣ ନାହିଁ? ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ସଂକଳ୍ପକୁ େଯତେବେେଳ ବଜେଟ୍ ସହିତ େଯାଡି ଦିଆଯିବ, ଅର୍ଥାତ୍ ବିପର୍ଯ୍ୟୟ ମୁକାବିଲା ପ୍ରତିଷେଧକ ବ୍ୟବସ୍ଥା ବିନା ଟଙ୍କାଟିଏ ବି କେହି ଖର୍ଚ୍ଚ କରିପାରିବେ ନାହିଁ, ସେତେବେଳେ କେବଳ ଧନଜୀବନ ସୁରକ୍ଷା ବା ମୃତ୍ୟୁକୁ ଶୂନ ମାତ୍ରାରେ ସୀମିତ ସମ୍ଭବ ହେବ ତା ନୁହେଁ, କ୍ଷୟକ୍ଷତି ପରିମାଣ କମିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।

ସମ୍ବନ୍ଧିତ ଖବର