ବିଶ୍ବ ମହିଳା ଦିବସ ଅବସରରେ ୧୨ ମହିଳାଙ୍କୁ ‘ନାରୀ ଶକ୍ତି’ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବିଶ୍ବ ମହିଳା ଦିବସ ଅବସରରେ ଦେଶର ୧୨ ଜଣ ମହିଳାଙ୍କୁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି କେରଳର ୨ ଜଣ ବୟୋଜ୍ୟେଷ୍ଠା ମହିଳା ଭାଗିରଥୀ ଆମ୍ମା (୧୦୫) ଏବଂ କାର୍ତିୟାନୀ ଆମ୍ମା (୯୮)ଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି। ଆଜିର ଏହି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଉପସ୍ଥିତ ରହି ମହିଳା ଦିବସ ଅବସରରେ ବାର୍ତ୍ତା ରଖିଥିଲେ। ଏହି ଅବସରରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ର ୪୦ ବର୍ଷୀୟା ପେଦାଲା ଭୂ‌ଦେବୀ, ବିହାରର ମହିଳା ଛତୁ ଚାଷୀ ୪୩ ବର୍ଷୀୟା ବୀଣା‌ ଦେବୀ, ଚାରୁକଳା ଶିଳ୍ପୀ ଜମ୍ମୁ-କାଶ୍ମୀରର ଆରିଫା ଜାନ୍‌, ଝାଡ଼ଖଣ୍ଡର ୪୭ ବର୍ଷୀୟା ପରିବେଶବିତ୍‌ ଚାମି ମୁର୍ମୁ, ମହିଳା ଉଦ୍ୟୋଗୀ ଲଦାଖର ୪୦ ବର୍ଷୀୟା ନିଲ୍‌ଜା ୱାଙ୍ଗ୍‌ମୋ, ମହାରାଷ୍ଟ୍ରର ବୈଜ୍ଞାନିକ ୬୦ ବର୍ଷୀୟା ରଶ୍ମୀ ଉର୍ଦ୍ଧ୍ବର୍ଷି, କ୍ରୀଡ଼ାବିତ୍‌ ପଞ୍ଜାବର ୧୦୩ ବର୍ଷୀୟା ମାନ୍‌ କୌର, ଉତ୍ତରପ୍ରଦେଶର ୫୮ ବର୍ଷୀୟା କଳାବତୀ ଦେବୀ, ଉତ୍ତରାଖଣ୍ଡର ପର୍ବତାରୋହୀ ତାସୀ ଏବଂ ନୁନ୍‌ସୀ ମାଲିକ୍‌, ପଶ୍ଚିମବଙ୍ଗର ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ୩୮ ବର୍ଷୀୟା କୌଶିକୀ ଚକ୍ରବର୍ତ୍ତୀ, ଭାରତୀୟ ବାୟୁସେନାରେ କାର୍ଯ୍ୟରତ ପାଇଲଟ୍‌ ଅବନୀ ଚତୁର୍ବେଦୀ, ଭାବନା କାନ୍ତ, ମୋହନା ସିଂହ ଜିତ୍ରାୱାଲ, ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ କେରjଳ ୧୦୫ ବର୍ଷୀୟା ମହିଳା ଭାଗିରଥୀ ଆମ୍ମା ଏବଂ କାର୍ଥ୍ୟାୟନୀ ଆମ୍ମାଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର