ମହାକାଶରୁ ସାଟେଲାଇଟ୍‌ ଖସାଇ ପାରିବାର କ୍ଷମତା ଥିବା ବିଶ୍ୱର ବୃହତ୍ତମ ବିମାନର ପରୀକ୍ଷାମୂଳକ ଉଡ଼ାଣ

କାଲିଫର୍ଣ୍ଣିଆ: ଶନିବାର ଦିନ କାଲିଫର୍ଣ୍ଣିଆରେ ପରୀକ୍ଷାମୂଳକ ଉଡ଼ାଣ କରଛି ବିଶ୍ୱର ସର୍ବବୃହତ୍‌ ବିମାନ ଷ୍ଟ୍ରାଟୋଲଞ୍ଚ୍‌ ବିହାଇମଥ୍‌। ଏହାର ଅଛି ଦୁଇଟି ବଡି ଏବଂ ଏଥିରେ ଲାଗିଛି ୬ଟି ବୋଇଙ୍ଗ୍‌ ୭୪୭ ଇଞ୍ଜିନ୍‌।

ମୋଜେବ୍‌ ମରୁଭୂମି ଉପରେ ଏହି ବିଶାଳକାୟ ବିମାନର ସର୍ବପ୍ରଥମ ଉଡ଼ାଣ ହୋଇଥିଲା।

ରକେଟ୍‌ ନେଇ ମହାକାଶକୁ ଯାଇ ସେଠାରେ କୃତ୍ରିମ ଉପଗ୍ରହଗୁଡ଼ିକ ଉପରେ ତାହାକୁ ଫିଙ୍ଗି ଜଳାଇ ପାରିବା ଭଳି ଏହାକୁ ନିର୍ମାଣ କରାଯାଇଛି।
ଏହାର ନିର୍ମାତା ହେଉଛନ୍ତି ‘ସ୍କେଲ୍‌ଡ୍‌ କମ୍ପୋଜାଇଟ୍‌’ ନାମକ ଏକ କମ୍ପାନି।

ଏହି ବିମାନର ଡେଣାର ଦୈର୍ଘ୍ୟ (୧୧୭ ମିଟର୍‌) ଗୋଟିଏ ଫୁଟ୍‌ବଲ୍‌ ପଡ଼ିଆ ଠାରୁ ବଡ଼ ଅର୍ଥାତ୍‌ ଏକ ଏ ୩୮୦ ଏୟାର୍‌ବସ୍‌ ଡେଣାର ପ୍ରାୟ ଦେଢ଼ ଗୁଣା।

ଶନିବାର ଦିନ ଏହି ବିମାନଟି ପ୍ରାୟ ଅଢ଼େଇ ଘଣ୍ଟା ଉଡ଼ିଥିଲା। ଘଣ୍ଟା ପ୍ରତି ଏହାର ବେଗ ଥିଲା ୩୦୪ କିଲୋମିଟର ଏବଂ ସମୁଦ୍ର ପତ୍ତନ ଠାରୁ ୧୭୦୦୦ ଫୁଟ୍‌ ଊର୍ଦ୍ଧ୍ୱକୁ ଯାଇଥିଲା।

ସମ୍ବନ୍ଧିତ ଖବର