କ୍ୟାବିନେଟ ବୈଠକକୁ ଏଣିକି ଫୋନ୍‌ ନେଇ ଯାଇ ପାରିବେ ନାହିଁ ମନ୍ତ୍ରୀ, ଲାଗିଲା ପ୍ରତିବନ୍ଧକ

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ଏବେ କ୍ୟାବିନେଟ ବୈଠକ ସମୟରେ ମନ୍ତ୍ରୀଙ୍କୁ ମୋବାଇଲ ଫୋନ୍‌ ନେବା ଉପରେ ପ୍ରତିବନ୍ଧକ ଲଗା ଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର (ଜୁନ୍‌ ୧) ଏହି ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି କି, ଏହି ପଦକ୍ଷେପ ହେତୁ ତଥ୍ୟ ଚୋରି ହେବା ହ୍ରାସ ପାଇବ। ଏତଦବ୍ୟତୀତ ବୈଠକ ଚାଲିଥିବା ସମୟରେ ଫୋନ୍‌ ଆସିବା ହେତୁ ଅନେକ ଥର ବୈଠକକୁ ରୋକିବାକୁ ପଡ଼ିଥାଏ। ବହୁ ସମୟରେ ମନ୍ତ୍ରୀ ବୈଠକରେ ମେସେଜ ପଢ଼ିବାରେ ବ୍ୟସ୍ତ ରହି ଯାଇଥାଆନ୍ତି।

NDTV.com

ପ୍ରକାଶିତ ରିପୋର୍ଟ ଅନୁସାରେ, ଏଯାବତ ଯୋଗୀ କ୍ୟାବିନେଟ ବୈଠକରେ ମନ୍ତ୍ରୀଙ୍କୁ ଫୋନ୍‌ ନେବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହାକୁ ସୁଇଜ ଅଫ କିମ୍ବା ସାଇଲେଣ୍ଟ ମୋଡରେ ରଖିବାକୁ ହୋଇଥାଏ। କିନ୍ତୁ ଏବେ ଠାରୁ ବୈଠକ ରୁମ୍‌ ବାହାରେ ଫୋନ୍‌ ଜମା କରିବାକୁ ପଡ଼ିବ। ଏବେ ବି କିଛି ମନ୍ତ୍ରୀ ନିଜ ଫୋନ୍‌ ଘରୋଇ ସଚିବଙ୍କ ପାଖରେ ଛାଡି ଯାଇଥାଆନ୍ତି।

ନୂଆ ନିୟମ ଲାଗୁ କରିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ଟୋକନ ବ୍ୟବସ୍ଥା ବି କରାଯାଇଛି।

ସମ୍ବନ୍ଧିତ ଖବର