କର୍ଣ୍ଣାଟକ ନିର୍ବାଚନ : ହାରିଗଲେ ବିଜେପିର ୧୪ ମନ୍ତ୍ରୀ

ବେଙ୍ଗାଲୁରୁ : ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କିଛି ସମୟ ପୂର୍ବେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ଦଳ ପାଇଁ ଏହାକୁ ଏକ ବଡ଼ ପରାଜୟ ଭାବେ ଗଣାଯାଉଛି ।

ବିଜେପି  ସରକାରର ୧୪ ଜଣ ମନ୍ତ୍ରୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ମନ୍ତ୍ରୀ ଗୋବିନ୍ଦ କରଜୋଲ (ମୁଧୋଲ), ଜେସି ମଧୁସ୍ୱାମୀ (ଚିକନାଇକାନାହଲ୍ଲୀ), ବିସି ପାଟିଲ (ହିରେକେରୁର), ଶଙ୍କର ପାଟିଲ ମୁନେନା କୋପ୍ପା (ନଭାଲଗୁଣ୍ଡ), ହଲପ୍ପା ଆଚାର (ୟେଲବୁର୍ଗା), ବି ଶ୍ରୀରାମୁଲୁ (ବେଲାରୀ), କେ ସୁଧାକର (ଚିକ୍କାବଲ୍ଲାପୁରା), ବିସି ନାଗେଶ (ଟିପ୍ତୁର), ମୁରୁଗେଶ ନିରାନି (ବିଲ୍ଗି), ବିସି ପାଟିଲ (ହିରେକେରୁର) ଏବଂ ଏମଟି ବି ନାଗରାଜ (ହୋସେ) ନିର୍ବାଚନ ହାରିଛନ୍ତି। ବିଜେପି ନେତା ତଥା ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରୀ ମଧ୍ୟ ସିର୍ସି ଆସନରୁ ନିର୍ବାଚନ ହାରିଛନ୍ତି। ମନ୍ତ୍ରୀ ଭି ସୋମାନ୍ନା ଦୁଇଟି ନିର୍ବାଚନ ମଣ୍ଡଳୀ ବରୁଣା ଏବଂ ଚାମରାଜନଗରରୁ ନିର୍ବାଚନ ହାରିଥିଲେ। ସେ ଏହି ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ। ମନ୍ତ୍ରୀ ଆର ଅଶୋକ ମଧ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ସେ ପଦ୍ମନାଭନଗରରୁ ପୁନର୍ବାର ନିର୍ବାଚିତ ହୋଇଥିଲେ ମଧ୍ୟ କନକପୁରା ଆସନରୁ ପରାଜିତ ହୋଇଥିଲେ ।

 

ସମ୍ବନ୍ଧିତ ଖବର