ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ପୁଣି ୨ ଗେଟ୍‌, ବର୍ତ୍ତମାନ ୧୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ଉପର ମୁଣ୍ଡରୁ ଅଧିକ ଜଳ ପ୍ରବେଶ କରୁଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଶନିବାର ସନ୍ଧ୍ୟାରେ ପୁଣି ୨ଟି ଗେଟ୍‌ ଖୋଲା ଯାଇଛି। ବର୍ତ୍ତମାନ ୧୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ଥିବା ବେଳେ ଡ୍ୟାମ୍‌କୁ ଏବେ ୨ ଲକ୍ଷ ୪୫ ହଜାର ୩୧୫ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣରେ ଜଳ ନିଷ୍କାସନ କରାଯାଉଛି।

ସୂଚନାଯୋଗ୍ୟ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଶୁକ୍ରବାର ୧୦ଟି ଗେଟ୍‌ ଖୋଲାଯାଇଥିଲା। ଆଜି ଦିନ ବେଳା ୨ ଗେଟ୍‌ ଖୋଲାଯାଇଥିବା ବେଳେ ସନ୍ଧ୍ୟାରେ ପୁଣି ୨ଟି ଗେଟ୍‌ ଖୋଲାଯାଇଛି।

ସମ୍ବନ୍ଧିତ ଖବର