ଦିଲ୍ଲୀରେ ଆପ୍‌-କଂଗ୍ରେସ ମେଣ୍ଟ ନେଇ ଦଳୀୟ ସହମତି ! ଶେଷ ନିଷ୍ପତ୍ତି ନେବେ ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍‌ ଆଦ୍‌ମି ପାର୍ଟି(ଆପ୍‌) ଓ କଂଗ୍ରେସ ମେଣ୍ଟ ନେଇ ଦିଲ୍ଳୀର କଂଗ୍ରେସ ପ୍ରଭାରୀ ପିସି ଚାକୋ ମଙ୍ଗଳବାର କହିଛନ୍ତି କି ‘ଆସନ୍ତା ଲୋକସଭା ନିର୍ବାଚନରେ ଦିଲ୍ଲୀରେ କଂଗ୍ରେସ ଓ ଆପ୍‌ ଏକାଠି ଳଢ଼ିବେ। କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ନେଇ ଶେଷ ନିଷ୍ପତ୍ତି ନେବେ। ମେଣ୍ଟ ହେବା ନେଇ ଦୁଇ ଦଳ ଭିତରେ ବୁଝାମଣା ହେବ। ଯଦିଓ କିଛି ସମସ୍ୟା ଦେଖା ହୋଇପାରେ। ମାତ୍ର ମୋଦି ଓ ବିଜେପିକୁ ହରାଇବା ପାଇଁ ଆମେ ଏକାଠି ହେବୁ।’

ସୋମବାର ଏ ନେଇ ଦିଲ୍ଲୀର କଂଗ୍ରେସ ଅଧ୍ୟକ୍ଷା ଶୀଲା ଦିକ୍ଷିତ ଦଳୀୟ ନେତାମାନଙ୍କ ସହ ଏକ ବୈଠକ ଗଠନ କରିଥିଲେ। ଏହି ବୈଠକରେ ଆପ୍‌-କଂଗ୍ରେସ ମେଣ୍ଟକୁ ପୂର୍ବତନ ଦିଲ୍ଳୀ କଂଗ୍ରେସ ନେତା ଅଜୟ ମାକେନ, ସୁଭାଷ ଚୋପ୍ରା, ତାଜଦାର ବାବର, ଏବଂ ଅରବିନ୍ଦର ସିଂହ ଲଭ୍‌ଲି ପ୍ରମୁଖ ସମର୍ଥନ ଦେଇଛନ୍ତି। ସେହିପରି ଦିଲ୍ଲୀ କଂଗ୍ରେସର ୩ ଜଣ କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ଯାଦବ, ରଜେଶ ଲିଲୋଥିଆ, ହରୁନ ୟୁସୁଫ୍‌ କିନ୍ତୁ ମେଣ୍ଟକୁ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର