ନୂଆଦିଲ୍ଳୀ: କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ, ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିଲେ ରୋହିତ । କିନ୍ତୁ ହଠାତ୍ କରୋନା ନିଷ୍ଠୁର ସାଜି ଜଣେ ଜାତୀୟସ୍ତରରେ ପରିଚିତ ଚେହେରାକୁ ନେଇଯାଇଛି । ରୋହିତ ସରଦାନା ‘ଆଜ୍ ତକ୍’ ନ୍ୟୁଜ୍ ଚ୍ୟାନେଲରେ ଉଚ୍ଚକୋଟ୍ଟୀର ଉପସ୍ଥାପକ ଥିଲେ । କିନ୍ତୁ ତାଙ୍କ ବିତର୍କ ଏବଂ ଉପସ୍ଥାପନା ଶୈଳୀକୁ ଆଉ ଦେଖିପାରିବେନି ଦର୍ଶକ ।
Sambad is now on WhatsApp
Join and get latest news updates delivered to you via WhatsApp
अब से थोड़ी पहले @capt_ivane का फ़ोन आया।उसने जो कहा सुनकर मेरे हाथ काँपने लगे।हमारे मित्र और सहयोगी रोहित सरदाना की मृत्यु की ख़बर थी।ये वाइरस हमारे इतने क़रीब से किसी को उठा ले जाएगा ये कल्पना नहीं की थी।इसके लिए मैं तैयार नहीं था।ये भगवान की नाइंसाफ़ी है..
ॐ शान्ति— Sudhir Chaudhary (@sudhirchaudhary) April 30, 2021
ରୋହିତଙ୍କ ନିଧନ ନେଇ ବରିଷ୍ଠ ସାମ୍ବାଦିକ ସୁଧୀର ଚୌଧୁରୀ ଲେଖିଛନ୍ତି କି, ବିଶ୍ୱାସ କରି ହେଉନଥିବା ଭଳି ଖବର ହେଲେ ବି କରୋନା ଧିରେ ଧିରେ ରୂପ ବଦାଳାଇ ପାଖରୁ ପ୍ରିୟଜନଙ୍କୁ ନେଇଯାଉଛି । ଭଗବାନ ଏତେ ନିଷ୍ଠୁର କେମିତି ହେଉଛନ୍ତି ।