କମ୍‌ ମାତ୍ରାରେ କାଲସିୟମ୍‌ ଖାଇଲେ ଏହି ରୋଗ ହେବାର ଆଶଙ୍କା ଥାଏ

ଭାରତୀୟମାନେ ଏକ ନିର୍ଦ୍ଦିଷ୍ଟ ମିନେରାଲକୁ ସେବନ କରିବାଲାଗି ଯଥେଷ୍ଟ ଧ୍ୟାନ ଦେଉ ନଥିବା ଏକ ରିପୋର୍ଟରେ କୁହାଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଭାରତୀୟମାନେ ସ୍ୱାସ୍ଥ୍ୟ ପାଇଁ ଯେତିକି ପରିମାଣରେ କାଲସିୟମର ଆବଶ୍ୟକତା ରହିଛି, ତାହାର ମାତ୍ର ଅଧା ସେବନ କରିଥାନ୍ତି । କାଲସିୟମ୍‌ ଯୁକ୍ତ ଖାଦ୍ୟ ସେବନ କଲେ ହାତ ମଜଭୁତ ରହିଥାଏ। କାଲସିୟମ୍‌ ହେଉଛି ହାଡର ମୁଖ୍ୟ ଉପାଦାନ। ସୁସ୍ଥ ଶରୀରରେ ଏହାର ମାତ୍ରା ୩୦ ରୁ ୩୫ ପ୍ରତିଶତ, ଯାହା ହାଡକୁ ଶକ୍ତ କରିଥାଏ। କମ୍‌ ମାତ୍ରାରେ କାଲସିୟମ୍‌ ଖାଇଲେ ଅଷ୍ଟୟୋପୋରୋସିସ୍‌ ରୋଗ ହେବାର ଆଶଙ୍କା ଥାଏ।ଏକ ବେସରକାରୀ ସଂସ୍ଥା ଇଣ୍ଟରନେସନାଲ ଅଷ୍ଟିୟୋ ପୋରୋସିସ୍‌ ଫାଉଣ୍ଡେସନ୍‌ (ଆଇ ଓ ଏଫ୍‌) ର ଅନୁଯାୟୀ ସୁସ୍ଥ ଶରୀର ପାଇଁ ପ୍ରତ୍ୟହ ୮୦୦ରୁ ୧୦୦୦ ମିଲିଗ୍ରାମ୍‌ କାଲସିୟମର ଆବଶ୍ୟକତା ରହିଛି। କିନ୍ତୁ ଭାରତୀୟମାନେ ପ୍ରତିଦିନ ୪୨୯ ମିଲିଗ୍ରାମ୍‌ କାଲସିୟମ୍‌ ଖାଇଥାନ୍ତି। ଏହି ରିପୋର୍ଟରେ କେବଳ ଭାରତ ନୁହେଁ ବରଂ ୭୪ଟି ଦେଶ ସାମିଲ ହୋଇଛି।


ନେପାଳରେ ଲୋକେ ଦୈନିକ ମାତ୍ର ୧୭୫ ମିଲିଗ୍ରାମ୍‌ କାଲସିୟମ୍‌ ସେବନ କରିଥାନ୍ତି। ତେବେ ଏହି ତାଲିକାରେ ସର୍ବାଗ୍ରେ ରହିଛି ଆଇସଲାଣ୍ଡ, ଯେଉଁଠି ଲୋକେ ଭୋଜନରେ ୧୨୩୩ ମିଲିଗ୍ରାମ୍‌ କାଲସିୟମ୍‌ ଗ୍ରହଣ କରିଥାନ୍ତି। ସବୁଠାରୁ କମ୍‌ ମାତ୍ରାରେ କାଲସିୟମ୍‌ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ମହାଦେଶର ଲୋକେ ଗ୍ରହଣ କରୁଥିବା କୁହାଯାଇଛି। ସେମାନେ ମାତ୍ର ୪୦୦ ରୁ ୭୦୦ ମିଲିଗ୍ରାମ୍‌ ପ୍ରତିଦିନ କାଲସିୟମ୍‌ ଖାଇଥାନ୍ତି।

ସମ୍ବନ୍ଧିତ ଖବର