ରିଲେସନ୍‌ରେ ବୋର୍‌ ହୋଇଗଲେଣି କି? କରନ୍ତୁ ଏହି କାମ

ଆପଣ ପତି -ପତ୍ନୀ ହୋଇ ପାରନ୍ତି ବା ବୟ ଫ୍ରେଣ୍ଡ୍‌ -ଗର୍ଲ ଫ୍ରେଣ୍ଡ୍‌ ହୋଇ ପାରନ୍ତି। ଦୀର୍ଘ ସମୟ ଧରି ଆପଣ ସଂପର୍କରେ ଥିବା ହେତୁ ବେଳେବେଳେ ଏହାକୁ ନେଇ ‘ବୋର୍‌’ ଅନୁଭବ କରନ୍ତି। ବେଳେବେଳେ ନିଜକୁ ନିଃସଙ୍ଗ ବି ମନେ କରନ୍ତି। ଏମିତି ବି ପରିସ୍ଥିତି ଆସେ ଯେ ଆପଣ ସଂପର୍କକୁ ଶେଷ କରିବା ପାଇଁ ସ୍ଥିର କରିଥା’ନ୍ତି। କିନ୍ତୁ ଆପଣ ଚାହିଁଲେ ବୋରିଂ ରିଲେସନ୍‌କୁ ମଜାଦାର୍‌ ବନାଇ ପାରିବେ ।
ଆସନ୍ତୁ ସେ ବିଷୟରେ ଜାଣିବା……
ଯଦି ଆପଣ ଅନେକ ଦିନ ହେବ ନିଜର ପାର୍ଟନରଙ୍କ ସହିତ କୁଆଡ଼େ ବୁଲିବାକୁ ଯାଇ ନାହାଁନ୍ତି ,ତେବେ ଫ୍ରେସ୍‌ନେଶ୍‌ ଆଣିବା ପାଇଁ ଭ୍ରମଣର ଯୋଜନା କରନ୍ତୁ। ତା’ ଛଡ଼ା ଦ୍ୱିପ୍ରହରରେ ଘରକୁ ଫେରି ଆସି ସାଥୀଙ୍କୁ ସର୍‌ପ୍ରାଇଜ୍‌ ବି ଦେଇ ପାରନ୍ତି।
ବେଳେବେଳେ ପରସ୍ପରର କଥାବାର୍ତ୍ତାକୁ ନେଇ ଝଗଡ଼ା ହୋଇଥାଏ। ଏଣୁୁ ସେଥିରେ ପରିବର୍ତ୍ତନ ବି ଜରୁରୀ। ପାର୍ଟନରଙ୍କ ପ୍ରତି କେବଳ ପ୍ରେମଭାବ ରହିବା ସଂପର୍କକୁ ମଧୁମୟ କରିବା ପାଇଁ ଯଥେଷ୍ଟ ନୁହେଁ, ପାର୍ଟନର ସହିତ ଭାବନାତ୍ମକ ସ୍ତରରେ ମଧ୍ୟ ଯୋଡ଼ି ହେବା ଉଚିତ। ପତି-ପତ୍ନୀଙ୍କ ସଂପର୍କରେ ମନ ଭରି ଯାଇଥାଏ। ଏଭଳି ପରିସ୍ଥିତିରେ ଭାବନାତ୍ମକ ସୁରକ୍ଷା ମିଳିବା ଅତ୍ୟନ୍ତ ଆବଶ୍ୟକ।

photo-youtube

ସଫଳ ଓ ସୁସଂପର୍କ ଦାଂପତ୍ୟପାଇଁ ଝଗଡ଼ା ଜରୁରୀ ହୋଇ ନ ପାରେ,ହେଲେ ଆପଣ କେତେ ଶୀଘ୍ର ତା’ର ସମାଧାନ କରି ପାରୁଛନ୍ତି,ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ମନେ ରଖନ୍ତୁ ଉଭୟଙ୍କ ଭିତରେ କୌଣସି ବିବାଦ ଥିଲେ ତାକୁ ଆଗକୁ ବଢ଼ିବାକୁ ଦେବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର