ଏହିସବୁ ସ୍ଥାନରେ ମୋବାଇଲ ଫୋନ୍‌ ରଖନ୍ତୁ ନାହିଁ, ଅସୁବିଧାରେ ପଡ଼ି ପାରନ୍ତି !

ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ିଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ୍‌ ବ୍ୟବହାର ଦିନକୁଦିନ ବଢ଼ିବାରେ ଲାଗିଛି। ଏହା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଲଟି ଯାଇଛି। ଗବେଷଣାରୁ ଜଣାପଡ଼ିଛି ଅତ୍ୟଧିକ ସମୟ ସ୍ମାର୍ଟଫୋନ୍‌ ବ୍ୟବହାର ଶରୀରପକ୍ଷେ କ୍ଷତିକାରକ ହୋଇଥାଏ। କେବଳ ଏତିକି ନୁହେଁ ଆଖି ଜଳିବା ଓ ଅନିଦ୍ରା ଆଦି ସମସ୍ୟା ଦେଖା ଦେଇଥାଏ। ତେବେ ଏଭଳି ପରିସ୍ଥିତିରେ ଫୋନ୍‌କୁ କେଉଁ ସ୍ଥାନରେ ରଖିବା, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ କଥା।

୧. ସାଧାରଣତଃ ଲୋକମାନେ ତକିଆ ତଳେ ସ୍ମାର୍ଟଫୋନ୍‌ ରଖି ଶୋଇ ଥାଆନ୍ତି। ଯେଉଁମାନେ ଏଭଳି କରୁଛନ୍ତି ଏହା ସେମାନଙ୍କ ଏକ ଭୁଲ ଅଭ୍ୟାସ ଅଟେ। ଏମିତି କରିବା ଦ୍ୱାରା ଆଗାମୀ ଦିନରେ ସେମାନଙ୍କ ମୁଣ୍ଡବଥା ଓ ମୁଣ୍ଡ ବୁଲାଇବା ଆଦି ସମସ୍ୟା ଦେଖା ଦେଇଥାଏ।

୨. ବାଇକ୍‌ ଚଳାଉଥିବା ଲୋକମାନେ ସେମାନଙ୍କ ପ୍ୟାଣ୍ଟର ପଛ ପକେଟ୍‌ରେ ଫୋନ୍‌ ରଖିଥାଆନ୍ତି। ଏମିତିରେ ଫୋନ୍‌ ଚୋରି ହେବା ସହିତ ଭାଙ୍ଗି ଯିବାର ଭୟ ରହିଥାଏ। ଏଭଳି ଅଭ୍ୟାସ ରଖିଥିବା ଲୋକମାନଙ୍କର ପେଟ ଓ ଗୋଡ ବିନ୍ଧା ସମସ୍ୟା ଦେଖା ଦେଇପାରେ। ସେହିପରି ଯେଉଁ ପୁରୁଷମାନେ ସେମାନଙ୍କ ପ୍ୟାଣ୍ଟର ସାମ୍ନା ପାର୍ଶ୍ୱ ପକେଟରେ ଫୋନ୍‌ ରଖୁଛନ୍ତି ସେମାନଙ୍କ ସ୍ପର୍ମ କାଉଣ୍ଟ ହ୍ରାସ ପାଇଥାଏ। କେବଳ ଏତିକି ନୁହେଁ ସାମ୍ନା ପକେଟରେ ଫୋନ୍‌ ରଖିଲେ ପୁରୁଷଙ୍କ ସ୍ପର୍ମର ଗୁଣବତ୍ତା ନଷ୍ଟ ହୋଇଯାଇଥାଏ।


୩. କେବଳ ଏତିକି ନୁହେଁ ସାର୍ଟ ପକେଟରେ ବି ମୋବାଇଲ ଫୋନ୍‌ ରଖିଲେ ଏଥିରୁ ବାହାରୁଥିବା ରେଡିଏସନ୍‌ ଆପଣଙ୍କ ହୃଦୟ ଉପରେ ପ୍ରଭାବ ପକାଇଥାଏ। ମୋବାଇଲ ରେଡିଏସନ୍‌ ଦ୍ୱାରା ହୃଦୟ ଦୁର୍ବଳ ହୋଇଯାଇଥାଏ।

୪. ପିଲାଙ୍କ ପାଖରେ ବି ମୋବାଇଲ ରଖିବା ବିପଦପୂର୍ଣ୍ଣ ହୋଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ପିଲାଙ୍କ ପାଖରେ ଫୋନ୍‌ ରଖିବା ଦ୍ୱାରା ହାଇପରଏକ୍ଟିଭିଟି ଓ ଡିଫିସିଟ ଡିସଅର୍ଡର ଭଳି ସମସ୍ୟା ଦେଖା ଦେଇପାରେ।

୫. ସେହିପରି ଯଦି ଆପଣଙ୍କ ଫୋନ୍‌କୁ ରାତିସାରା ଚାର୍ଜଂରେ ଲଗାଇ ଶୋଉଛନ୍ତି ତେବେ ଏହା ଆପଣଙ୍କ ତ୍ୱଚା ପାଇଁ କ୍ଷତିକାରଣ ହୋଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ କରିବ ଦ୍ୱାରା ଫୋନ୍‌ ବ୍ୟାଟେରୀ ଖୁବ୍‌କମ୍‌ ସମୟ ମଧ୍ୟରେ ଖରାପ ହେବ ସହିତ ଚର୍ମ ଉପରେ ବି ଏହାର କୁପ୍ରଭାବ ପଡ଼ିଥାଏ।

ସମ୍ବନ୍ଧିତ ଖବର