ସ୍ୱାମୀ ବିବେକାନନ୍ଦଙ୍କ ଏହି ପରାମର୍ଶଗୁଡ଼ିକ ପ୍ରତ୍ୟେକ ଲୋକ ପାଇଁ ଆବଶ୍ୟକୀୟ

ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ଜଣେ ମହାନ ଭାରତୀୟ ଧର୍ମଗୁରୁ। ତାଙ୍କ ପରାମର୍ଶ ମାନି ବାଟ ଚାଲିଲେ ଜୀବନର ଚଲାପଥ ସହଜ ହୋଇଯିବ ନିଶ୍ଚୟ। ସେ ସର୍ବଦା ଲୋକଙ୍କୁ ନିସ୍ୱାର୍ଥପର ସେବା କରିବାରେ ବିଶ୍ୱାସ ରଖନ୍ତି। ସେ ଏହି କଥାକୁ ନେଇ ନିଶ୍ଚିତ ଯେ ପ୍ରତ୍ୟେକ ଭଲର ଫଳାଫଳ ଭଲ ହୋଇଥାଏ। ତେବେ ସେ କେତୋଟି କଥା କହି ଯାଇଛନ୍ତି ଯାହାକୁ ମାନି ଚଳିଲେ ଆମେ ସହଜରେ ସଫଳତାର ମାର୍ଗ ପାଇପାରିବ।

ବିବେକାନନ୍ଦଙ୍କ ପରାମର୍ଶ ଅନୁଯାୟୀ ଯାହା ସଂସାରର ଅନ୍ୟାନ୍ୟ ଜୀବଯନ୍ତୁଙ୍କ ପାଇଁ ଅସମ୍ଭବ ତାହା ମଣିଷ ପକ୍ଷେ ସମ୍ଭବ। ମଣିଷ ସୃଷ୍ଟିର ଏକ ଏପରି ଜୀବ ଯାହା ପକ୍ଷେ କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ। ତେଣୁ ନିଜ ଉପରେ ସଦା ବିଶ୍ୱାୟ ବଜାୟ ରହୁ।

ସୁଖ ବାଣ୍ଟିଲେ ସୁଖ ବଢ଼ିଥାଏ। ସଦା ନିଜ ଚତୁର୍ପାଶ୍ୱରେ ଥିବା ଲୋକମାନଙ୍କ ଭିତରେ ଭଲପାଇବା ବାଣ୍ଟିବାର ପ୍ରୟାସରେ ରୁହନ୍ତୁ। ଦେଖିବେ ଆପଣଙ୍କ ମନ ସଦା ପ୍ରଫୁଲ୍ଲ ରହିବ।

ସବୁବେଳେ ନିଜ ବିବେକ ନେଉଥିବା ନିଷ୍ପତିକୁ ସମ୍ମାନ ଦିଅ। ବିବେକ ବ୍ୟବହାର ହେଉଥିବା କାର୍ଯ୍ୟ କେବେ ଖରାପ ହୋଇନଥାଏ।

ସବୁ ବେଳେ ସତ୍ୟକୁ ପରଖିବାର ସମର୍ଥ୍ୟ ରଖ। ମିଛର ପରଦା ତଳୁ ସତକୁ ଅନୁଭବ କରିବାର ଦକ୍ଷତା ସବୁବେଳେ ନିଜ ଭିତରେ ରହିବା ଉଚିତ।

ସମ୍ବନ୍ଧିତ ଖବର