ଜାଣନ୍ତୁ ଆଜିର ରାଶିଫଳ

ମେଷ: ଯାହା ବି କାମ କରିବାକୁ ଚାହିଁବେ ତାହା ନିଶ୍ଚିତ ପୂରା ହେବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଅଚାନକ ଧନପ୍ରାପ୍ତିର ଯୋଗ ଅଛି। ଜୀବନସାଥୀଠୁଁ ବହୁତ ଖୁସି ପାଇବେ।

ବୃଷ: ଆପଣ କୌଣସି ଖୁସି ଖବର ପାଇବେ। ଘରକୁ ବନ୍ଧୁ ଆସିପାରନ୍ତି। ବେପାରରେ ଉନ୍ନତିର ଅବସର ପାଇବେ। ମହିଳାମାନେ ରୋଷେଇ ସମୟରେ ସାବଧାନ ରହନ୍ତୁ।

ମିଥୁନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ।

କର୍କଟ: ପାରିବାରିକ ପରିବେଶ ସୁଖମୟ ରହିବ। କାମ ପୂରା କରିବାରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ।

ସିଂହ: ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ। ଘରକୁ ବନ୍ଧୁଙ୍କ ଯିବାଆସିବା ଲାଗି ରହିବ। ନୂଆ କାମ କରିବା ପୂର୍ବରୁ ବଡ଼ଙ୍କ ଅନୁମତି ନିଅନ୍ତୁ। ଚାକିରିଆଙ୍କ ଲାଗି ଭଲ ଦିନଟିଏ।

କନ୍ୟା: ଦିନଟି ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଜୀବନସାଥୀ ଆପଣଙ୍କୁ ମନାଇବା ପାଇଁ ଭଲ ବ୍ୟଞ୍ଜନ ତିଆରି କରି ଖାଇବାକୁ ଦେବେ।

ତୁଳା: ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ। କୌଣସି ଭଲ ଖବର ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ନିବେଶ କରନ୍ତୁ।

ବିଛା: ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ରାଜନୀତି କାର୍ଯ୍ୟରେ ଆପଣଙ୍କ ରୁଚି ବଢ଼ିବ। ବନ୍ଧୁ ସହିତ ମନଖୋଲା କଥା ହେଲେ ସମସ୍ୟାର ସମାଧାନ ବାହାରିବ।

ଧନୁ: ଆପଣଙ୍କ ଜୀବନରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ନବବିବାହିତଙ୍କ ଲାଗି ଦିନଟି ବହୁତ ଭଲ ରହିବ।

ମକର: ଆପଣଙ୍କର ଅଧୁରା କାମ ସଂପୂର୍ଣ୍ଣ ହେବ। କବିମାନଙ୍କର ପୁରୁଣା କାବ୍ୟର ପ୍ରଶଂସା ହୋଇପାରେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ।

କୁମ୍ଭ: ବଡ଼ କଂପାନିରୁ ଚାକିରିର ପ୍ରସ୍ତାବ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ମିଳିବ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମୀନ: ପରିବାର ଲୋକଙ୍କ ସହିତ ବଚସା ହୋଇପାରେ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ସ୍ବାସ୍ଥ୍ୟକୁ ଜଗିରଖି ଚଳନ୍ତୁ।

ସମ୍ବନ୍ଧିତ ଖବର