ଜାଣନ୍ତୁ ଆଜିର ରାଶିଫଳ

ମେଷ: ମନରେ ଘୂରି ବୁଲୁଥିବା ଯୋଜନାର ଲାଭ ପାଇବେ। ଭାଇ ଭଉଣୀ ସହିତ ଉତ୍ତମ ବୁଝାମଣା ରହିବ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଅଫିସ କାମରେ ଦୂରକୁ ଯାଇପାରନ୍ତି।

ବୃଷ: ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସମ୍ମାନ ବଢ଼ିବ। ଅଫିସରେ ପ୍ରଶଂସିତ ହେବେ। କୌଣସି ପାରିବାରିକ ଦାୟିତ୍ବ ଆପଣଙ୍କୁ ମିଳିପାରେ। ପ୍ରେମରେ ସଫଳତା ପାଇବେ।

ମିଥୁନ: ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ଅଚାନକ ଧନଲାଭ ହେବ। ପ୍ରସାଧନ କ୍ଷେତ୍ରରେ ନିବେଶ କଲେ ଲାଭ ମିଳିବ। ଜୀବନସାଥୀ ସହ ଘରେ ସିନେମା ଦେଖିବେ।

କର୍କଟ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କୁ ମନଦେଇ ଶୁଣିବେ। ନୂଆ କାମ ପାଇଁ ଯୋଜନା କରିପାରନ୍ତି। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ସିଂହ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲଗାନ୍ତୁ। ପେସାଦାର ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ଯୋଗ ଅଛି। ପାରିବାରିକ ସୁଖ ବୃଦ୍ଧି ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

କନ୍ୟା: କୌଣସି ଶୁଭ ଖବର ପାଇବେ। ମନ ଶାନ୍ତ ରହିବ। ପୂର୍ବରୁ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭଲ ଫଳ ଦେବ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ତୁଳା: ନୂଆ କାମ ଆରମ୍ଭ କରିପାରନ୍ତି। ଧାର ଦେଇଥିବା ପଇସା ପାଇବେ। ରାଜନୀତିରେ ସଫଳତା ପାଇବେ। ପ୍ରିୟତମଙ୍କ ସହ ବସି ମନର କଥା କହିବେ। ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ।

ବିଛା: କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ। ଅନ୍ୟମାନଙ୍କ କଥାରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ହେବ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଓକିଲ କୌଣସି ପୁରୁଣା ମକଦ୍ଦମା ଉପରେ ମନ ନିବେଶ କରିବେ। ରାଜନୀତିରେ ସଫଳତା ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ। ପ୍ରେମ ଜୀବନ ଭଲ ରହିବ।

ମକର: କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ଭୂସଂପତ୍ତି କିଣିବା ଯୋଗ ରହିଛି। ଘରକୁ କୌଣସି ବନ୍ଧୁ ଆସିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।

କୁମ୍ଭ: କାମ ଧନ୍ଦାରେ ବେଶୀ ଲାଭ ପାଇଁ ଅଧିକ ମନଯୋଗରେ କାମ କରିବେ। ଆପଣଙ୍କର ସଂପର୍କ କୌଣସି ଉଚ୍ଚଅଧିକାରୀଙ୍କ ସହ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମୀନ: ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଯାଚି ହୋଇ କାହାକୁ ପରାମର୍ଶ ଦିଅନ୍ତୁ ନାହିଁ। ମହିଳାମାନେ ଘର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିଦେବେ। ପ୍ରିୟବନ୍ଧୁ ସହ ସାକ୍ଷାତ ହେବ।

ସମ୍ବନ୍ଧିତ ଖବର