ଆଣ୍ଠୁ ଏବଂ କହୁଣୀର କଳା ଦାଗ ଦୂର କରିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ପ୍ରାୟ ସମସ୍ତଙ୍କର ଆଣ୍ଠୁ ଏବଂ କହୁଣୀରେ କଳା ଅଂଶ ଥାଏ । ଯାହାକୁ ଦୂର କରିବା ପାଇଁ ଆପଣମାନେ ଚାହିଁ ମଧ୍ୟ ତାର କୌଣସି ଉପାୟ ବାହାର କରି ପାରନ୍ତି ନାହିଁ । ଏଥିପାଇଁ କିଛି ଲୋକ ବିଭିନ୍ନ ସର୍ଜରି କରିବାକୁ ଯାଇ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିନା ଖର୍ଚ୍ଚରେ ଘରୋଇ ଉପଚାର ଦ୍ୱାରା ଆପଣ କିପରି ଏହାର ଉପଚାର କରି ପାରିବେ । ତେବେ ଆସନ୍ତୁ ଜାଣିବା

୧.କମଳା ଚୋପା : କମଳା ଚୋପାକୁ ଖରାରେ ଶୁଖାଇ ତାର ଏକ ପାଉଡର ପ୍ରସ୍ତୁତ କରି ନିଅନ୍ତୁ । ଏହି ପାଉଡ଼ରରେ କ୍ଷୀର ଏବଂ ଗୋଲାପ ଜଳ ମିଶାଇ ତାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଭଲକରି ମିଶାଇ ସାରିବା ପରେ ତାକୁ ଆଣ୍ଠୁ, କହୁଣୀ ଏବଂ କାଖ ତଳେ କଳା ପଡ଼ିଥିବା ସ୍ଥାନରେ ଲଗାଇ ଭଲ କରି ମାଲିସ କରି ନିଅନ୍ତୁ । ଏହାକୁ କିଛି ସମୟ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଫରକ ଆପେ ଆପେ ଜାଣି ପାରିବେ ।

୨.ନଡ଼ିଆ ତେଲ : ଏକ ଚାମଚ ନଡ଼ିଆ ତେଲରେ ଏକ ଚାମଚ ଅଖ୍‌ରୋଟ ପାଉଡ଼ର ମିଶାଇ ଦିଅନ୍ତୁ । ଏହା ପରେ ସେହି ପେଷ୍ଟକୁ ସ୍କ୍ରବ ଭାବରେ ୩ ମିନିଟ୍‌ ପର୍ଯ୍ୟନ୍ତ ଆଣ୍ଠୁ, କହୁଣୀ ଏବଂ କାଖ ତଳେ ଭଲ କରି ଘସନ୍ତୁ । ୩ ମିନିଟ୍‌ ପରେ ଏହାକୁ ଭଲ କରି ଧୋଇ ନିଅନ୍ତୁ । ଦେଖିବେ କିଛି ଦିନ ତଳେ ଆପଣଙ୍କର ଏହି ସମସ୍ୟା ଦୂରେଇ ଯିବ ।

୩. କାକୁଡ଼ି : କାକୁଡ଼ି ରସରେ ହଳଦୀ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଆଣ୍ଠୁ, କହୁଣୀ ଏବଂ କାଖ ତଳେ ଏହାକୁ ଭଲ କରି ଲଗାଇବା ସହ ଅଧଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ । ଅଧଘଣ୍ଟା ପରେ ଏହାକୁ ଭଲ କରି ଧୋଇ ନିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଫରକ ଆପେ ଆପେ ଜାଣି ପାରିବେ ।

୪. ଆଳୁ : ଆଳୁକୁ ଗୋଲ କରି କାଟି ତାକୁ ଆଣ୍ଠୁ, କହୁଣୀ ଏବଂ କାଖ ତଳେ କଳା ପଡ଼ିଥିବା ସ୍ଥାନରେ ଭଲ କରି ଘସନ୍ତୁ । କିଛି ସମୟ ପରେ ଉଷୁମ ପାଣିରେ ଧୋଇ ନିଅନ୍ତୁ । ପ୍ରତିଦିନ ଦିନକୁ ଦୁଇଥର ଲେଖାଏଁ ଏପରି କରିବା ଦ୍ୱାରା ଆପଣଙ୍କୁ ଖୁବ୍‌ ଶୀଘ୍ର ସୁଫଳ ମିଳିବ ।

ସମ୍ବନ୍ଧିତ ଖବର