କାନ୍ଦିବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା!

ସାଧାରଣତଃ ବ୍ୟକ୍ତିର ହସିବା ଯେପରି ତାହାର ସ୍ୱାସ୍ଥ୍ୟ ଲାଗି ଭଲ ହୋଇଥାଏ,ସେହିପରି କାନ୍ଦିବା ବି ମଧ୍ୟ ତାହାର ସ୍ୱାସ୍ଥ୍ୟ ଲାଗି ଖରାପ ହୋଇନଥାଏ।ତେଣିକି ହସିକରି ଯେତିକିବି ଫାଇଦା ମିଳିଥାଏ ,ସେମିତି କାନ୍ଦିବା ଦ୍ୱାରା ବି ସେତିକି ହିଁ ଲାଭ ମିଳିଥାଏ।ଚାହିଁକି ଆପଣ କୌଣସି ଫିଲ୍ମର ଇମୋସ୍‌ନାଲ୍‌ ସିନ୍‌କୁ ଦେଖିକି କାନ୍ଦନ୍ତୁ କି ଆପଣଙ୍କ ଆଖିରୁ ପିଆଜ କାଟୁଥିବା ସମୟର ଲୁହ ବାହାରି ଆସୁପଛକେ,ଏହା ଆପଣଙ୍କ ସ୍ୱାସ୍ଥ୍ୟ ଲାଗି ଲାଭଦାୟକ ହୋଇଥାଏ।
ତେବେ ଏହି ଲୁହ ତିନି ପ୍ରକାରର ଯଥା-ରେଫ୍ଲେକ୍ସିବ୍‌, କଂଟିନିୟସ୍‌ ଏବଂ ଇମୋସ୍‌ନଲ୍‌ ହୋଇଥାଏ।ହେଲେ କ’ଣ ଆପଣଙ୍କୁ ଜଣାଅଛି ଯେ,କେବଳ ମଣିଷ ହିଁ ଇମୋସ୍‌ନଲ୍‌ ହୋଇ କାନ୍ଦିଥାଏ ।ଆଉ ଏହି ଇମୋସ୍‌ନଲ୍‌ କ୍ରନ୍ଦନଟି ବ୍ୟକ୍ତି ଲାଗି ବହୁତ ହିଁ ଲାଭଦାୟକ ହୋଇଥାଏ।ତେବେ ଆଜି ଆମେ ଆପଣଙ୍କୁ ଏହି କାନ୍ଦିବା ଦ୍ୱାରା ବ୍ୟକ୍ତିର କେଉଁ ସବୁ ଫାଇଦା ହୋଇଥାଏ,ସେହି ବିଷୟରେ ଜଣାଇବୁ।

କାନ୍ଦିବା ଦ୍ୱାରା ବ୍ୟକ୍ତିର ମନ ଖୁସି ରହିଥାଏ।ତେବେ ଏନେଇ ନେଦର୍‌ଲ୍ୟାଣ୍ଡସ୍‌ ରେ ହୋଇଥିବା ଏକ ପାଠ୍ୟକ୍ରମରେ ଦୁଃଖଭରା ଫିଲ୍ମ ଦେଖି କାନ୍ଦୁଥିବା ବ୍ୟକ୍ତି ଓ କାନ୍ଦୁନଥିବା ବ୍ୟକ୍ତିଙ୍କୁ ଅଲଗା ଅଲଗା ଭାଗରେ ବଣ୍ଟାଯାଇଥିଲା। ତେବେ ଏହି ଲୋକମାନଙ୍କ ମଧ୍ୟରେ ଭବାନାତ୍ମକ ର କୌଣସି ଫରକ୍‌ ପଡ଼ିନଥିଲାବେଳେ,ଯେଉଁଠାରେ କି ଏଥିଯୋଗୁଁ କିଛି ଲୋକ ବହୁତ ଜୋର୍‌ରେ ହିଁ କାନ୍ଦିଥିଲେ।ତେବେ ଏଥିରେ ୨୦ ମିନିଟ୍‌ ମଧ୍ୟରେ କାନ୍ଦୁଥିବା ବ୍ୟକ୍ତି ସାମାନ୍ୟ ଅବସ୍ଥାରେ ଥିଲେ ଏବଂ ୯୦ ମିନିଟ୍‌ ବିତିବା ପରେ କାନ୍ଦୁଥିବା ବ୍ୟକ୍ତି ଜମାରୁ କାନ୍ଦୁନଥିବା ବ୍ୟକ୍ତି ତୁଳନାରେ ଅଧିକ ଭଲ ଅନୁଭବ କରୁଥିଲେ।

photo–mirror.co.uk

ଏଥିସହିତ ମଧ୍ୟ ଲୁହ ଦ୍ୱାରା ଆଖି ସୁରକ୍ଷିତ ରହିଥାଏ:ତେଣୁ ଯେତେବେଳେ ଆପଣ ବିନା କୌଣସି ଭାବପ୍ରବଣତା ହୋଇ ପିଆଜ କାଟିବା ସମୟରେ ପିଆଜରୁ ରସ ବୋହିବାକୁ ଲାଗିଲେ ଆପଣ କାନ୍ଦିବାକୁ ଲାଗନ୍ତି।ଯାହାକି ସଲ୍‌ଫ୍ୟୁରିକ୍‌ ଏସିଡ଼୍‍କୁ ପ୍ରସ୍ତୁତ କରିଥାଏ। ହୋଇଥାଏ।ଏଥିରୁ ମୁକ୍ତି ପାଇବାକୁ ହେଲେ ଲୁହ ଗ୍ରନ୍ଥିୟାଁ ଲୁହକୁ ବାହାର କରିଦିଏ।ଯାହଦ୍ୱାରାକି ଆଖି ପର୍ଯ୍ୟନ୍ତ ରସାୟନିକ ଧୂଳି ଚାଲିଯାଏ।ଆଉ ଏହି ଲୁହରେ ଲାଇସୋଜାଇମ୍‌ ମଧ୍ୟ ରହିଥାଏ।ଯାହାକି ଆଣ୍ଟିଂବ୍ୟାକ୍ଟୋରିଆଲ୍‌ ଏବଂ ଆଣ୍ଟିଂ ଭାଇରାଲ ହୋଇଥାଏ।ଆଉ ଏହି ଗ୍ଲୁକୋଜ୍‌ ଯୋଗୁଁ ଆଖିରେ ରହିଥିବା କୋଷିକାଗୁଡ଼ିକ ମଜ୍‌ଭୁତ ହୋଇଥାଏ।
ଏହାକୁ ନେଇ ଡ଼କ୍ଟର ଫ୍ରି କହିଛନ୍ତି ଯେ,ମହିଳାମନେ ହାରାହାରି ଗୋଟିଏ ମାସରେ ୫.୩ଥର କାନ୍ଦୁଥିବାବେଳେ,ଯେଉଁଠିକି ମାସକୁ ପୁରୁଷଙ୍କ କାନ୍ଦିବାର ପରିମାଣ ୧.୩ ଥର ହୋଇଥାଏ।ଏହି ବ୍ୟବଧାନ ଯୋଗୁଁ ପୁରୁଷଙ୍କ ଠାରେ ଟେଷ୍ଟୋରିନ୍‌ ରହିଥିବା ଅବସ୍ଥାରେ ମହିଳାଙ୍କ ଠାରେ ପ୍ରୌଲେକ୍ଟିନ୍‌ ନାମକ ହର୍ମୋନ ରହିଥାଏ।ଯାହାକି ବ୍ୟକ୍ତିକୁ କାନ୍ଦିବାକୁ ପ୍ରେରିତ କରିଥାଏ।
ଏତଦ୍‌ବ୍ୟତୀତ ମଧ୍ୟ ଲୁହ ନାକକୁ ସଫା କରିଥାଏ।ତେବେଏହି ଲୁହ ଶରୀର ଭିତରୁ ଅଶ୍ରୁ ନଳୀ ହୋଇ ନାସିକା ପର୍ଯ୍ୟନ୍ତ ଥାଏ।ଯାହାକି ନାକରେ ଜମା ହୋଇ ରହିଥିବା ମଇଳାକୁ ସଫା କରିଥାଏ।ତେବେ କାନ୍ଦିବା ଦ୍ୱାରା ପ୍ରାୟତଃ ନାକରୁ ପାଣି ବୋହିଥାଏ।ଯାହାର ପଛରେ ଏହି କାରଣ ହିଁ ରହିଥାଏ।କାନ୍ଦିବା ଦ୍ୱାରା ନାକରେ ଜମା ହୋଇ ରହିଥିବା ବ୍ୟାକ୍ଟରିଆ ଏବଂ ମଇଳା ବାହାରକୁ ବାହାରି ଆସିଥାଏ।

ସମ୍ବନ୍ଧିତ ଖବର