ରାତି ଅନିଦ୍ରା ହୋଇ କାମ କରୁଥିବା ମହିଳାଙ୍କ କ୍ଷେତ୍ରରେ ମଧୁମେହ ହେବାର ସମ୍ଭାବନା ଅଧିକ: ସର୍ଭେ

ଆଜିକାଲି ମଧୁମେହ ଏକ ବିରାଟ ସମସ୍ୟା। ଘରେ ଘରେ ଏହି ରୋଗ। ସାମାନ୍ୟ ଶାରିରୀକ ପରିଶ୍ରମ ନହେଲେ କିମ୍ବା ଖାଇବା ପିଇବାରେ ଟିକେ ଏପଟ ସେପଟ ହେଲେ ଏହି ରୋଗ ଘାରିବା ଥୟ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ବି ନାହିଁ। କେଉଁ ବି ବୟସର ଲୋକଙ୍କ ଶରୀରରେ ଶର୍କରା ଭାଗ ବଢ଼ିଯାଇପାରେ। ତେବେ ସମାନ୍ୟ ସଚେତନ ନ ରହିଲେ ବିଶେଷ କରି ଏହି ରୋଗ ପ୍ରଥମେ ଧରିବାର ସମ୍ଭାବନା ରହିଛି।

ଜୀବନଶୈଳୀ ବଦଳିବା ଏହି ରୋଗର ପ୍ରଧାନ କାରଣ ହୋଇଥାଏ। ଜୀବନକୁ ଆୟତ୍ତରେ ରଖି ଚାଲିବା କାଠିକରପାଠ ନିଶ୍ଚୟ। ନିଦ୍ରାହୀନତା ବି ଏହି ରୋଗର କାରଣ ହୋଇଥାଏ।

ଗବେଷକମାନେ ନିକଟରେ ଏହି ରୋଗ ଉପରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଯେଉଁ ମହିଳାମାନେ ବେଶି ରାତି ପର୍ଯ୍ୟନ୍ତ ଅନିଦ୍ରା ହୋଇ କାମ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ମଧୁମେହ ହେବାର୍‌ ଖୁବ୍‌ କମ୍‌ ସମ୍ଭାବନା ରହିଛି। ଜାଣିବାକୁ ମିଳିଛି ଯେ ୩୧ ପ୍ରତିଶତ ନର୍ସ ଏହି କାରଣରୁ ଟାଇପ୍‌୨ ମଧୁମେହର ଶିକାର। ଲଗାତର ଭାବେ ୫ ବର୍ଷ ରାତି ସିଫ୍ଟ କଲେ ମଧୁମେହ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର