ଶିଳ୍ପୀଗୁରୁ ଗୋକୁଳି ପଟ୍ଟନାୟକଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର: ବିଶିଷ୍ଟ ପଟ୍ଟ ଚିତ୍ରଶିଳ୍ପୀ, ଶିଳ୍ପୀଗୁରୁ ଗୋକୁଳି ବିହାରୀ ପଟ୍ଟନାୟକଙ୍କ ବିୟୋଗରେ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଦିବଂଗତ ଶିଳ୍ପୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ଏକ ମିନିଟ୍‌ ନିରବ ପ୍ରାର୍ଥନା ପୂର୍ବକ ଗଭୀର ଶୋକ ପ୍ରକାଶ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ଶିଳ୍ପୀଙ୍କ ସ୍ମୃତିଚାରଣ ପୂର୍ବକ ସେ ପଟ୍ଟଚିତ୍ର ଓ ତାଳପତ୍ର ଚିତ୍ରର ଅନନ୍ୟ ବିନ୍ଧାଣି ଥିଲେ ବୋଲି କହିଥିଲେ। ଅଧ୍ୟାପକ ପ୍ରଦୀପ ସାହୁ, ଚନ୍ଦନ କୁମାର ସାମଲ, ମାନସ କୁମାର ନାୟକ, ବିଶ୍ୱକାନ୍ତ ପଣ୍ଡା ଓ ଲକ୍ଷ୍ମୀଧର ସ୍ୱାଇଁ ଏବଂ ସମସ୍ତ ଛାତ୍ରଛାତ୍ରୀନ ଶିଳ୍ପୀଙ୍କ କୃତିକୁ ନେଇ ଆଲୋଚ କରିବା ପହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର