ଯୁବ ସ୍ବାଭିମାନ ଦିବସ, ସମ୍ବାଦ ଭବନରୁ ୧୦୨ୟୁନିଟ୍‌ ରକ୍ତ ସଂଗୃହୀତ

ଭୁବନେଶ୍ବର: ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆଜି ସମ୍ବାଦ ଭବନରେ ‘ଯୁବ ସ୍ବାଭିମାନ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ‘ଆମ ଓଡ଼ିଶା’ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ସମ୍ବାଦ, କନକ ଟିଭି ଓ ରେଡିଓ ଚକଲେଟ୍‌ର ବହୁ କର୍ମଚାରୀ ଏବଂ ରାଜଧାନୀର ବହୁ ସ୍ବେଚ୍ଛାସେବୀ ଯୋଗଦେଇ ରକ୍ତଦାନ କରିଥିଲେ। ରକ୍ତଦାନ ଶିବିରରେ ମୋଟ୍‌ ୧୦୨ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କ ପକ୍ଷରୁ ରକ୍ତ ସ˚ଗ୍ରହ ହୋଇଥିଲା। ବ୍ଲଡ ବ୍ୟାଙ୍କ ଅଧିକାରୀ ଡା. ଦେବାଶିଷ ମିଶ୍ର ଓ ସହଯୋଗୀମାନେ ରକ୍ତ ସ˚ଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର