ଆର୍ଟ ଅଫ୍‌ ଗିଭିଙ୍ଗ୍‌ର ୧୦ ବର୍ଷ ପୂର୍ତ୍ତି: ଅଚ୍ୟୁତ ସାମନ୍ତଙ୍କୁ ‘ମାନବବାଦର ମହାନାୟକ ସମ୍ମାନ’

ଚନ୍ଦ୍ରଶେଖରପୁର: ‘ଆର୍ଟ ଅଫ୍‌ ଗିଭିଙ୍ଗ୍’ ଏବେ ଏକ ସାମାଜିକ ଆନ୍ଦୋଳନ ଭାବେ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛି। ଏଭଳି ମାନବବାଦ ଚେତନାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜନସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ‘ଆର୍ଟ ଅଫ୍‌ ଗିଭିଙ୍ଗ୍’ ଅଭିଯାନର ୧୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି। ଓଡ଼ିଶା ସଚେତନ ନାଗରିକ ଫୋରମ୍ ଏବଂ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ପକ୍ଷରୁ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏହି ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ‘ମାନବବାଦର ମହାନାୟକ’ ଉପାଧି ପ୍ରଦାନ କରାଯାଇଛି।

ପ୍ରାରମ୍ଭରେ ଦୁଇ ଅନୁଷ୍ଠାନର ସଭାପତି ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସିନେ ସମୀକ୍ଷକ ଦିଲ୍ଲୀପ ହାଲି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଫୋରମ୍‌ର ଉପସଭାପତି ପ୍ରଯୋଜକ ଲୁଟୁ ମହାନ୍ତି ମାନପାତ୍ର ପାଠ କରିଥିଲେ ଓ ଯୁବନେତା ତନ୍ମୟ ସ୍ୱାଇଁ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ରାମନାରାୟଣ ଦାସଜୀ ମହାରାଜାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର