‘ଆମ ଓଡ଼ିଶା’ ରକ୍ତଦାନ ଶିବିରରୁ ୨୫ ୟୁନିଟ୍‌ ସଂଗ୍ରହ

ପୁରୁଣା ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ଚମ୍ପାବତୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆଜି ପୁରୁଣା ଭୁବନେଶ୍ବର ବାସୁଦେବ ରିସୋର୍ଟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ‘ସାହାଯ୍ୟ’ ଗ୍ରୁପ୍‌ ସହାୟତାରେ ‘ସମ୍ବାଦ ଓ ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏହି ଶିବିରରୁ ୨୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। କ୍ୟାପିଟାଲ ରକ୍ତଭଣ୍ଡାର ଡାକ୍ତର ଓ କର୍ମଚାରୀମାନେ ରକ୍ତ ସଂଗ୍ରହ ଦାୟିତ୍ବ ନିର୍ବାହ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ରଘୁନାଥ ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ। ସାହାଯ୍ୟ ଗ୍ରୁପ୍‌ର ଉପଦେଷ୍ଟା ସରୋଜ କୁମାର ସାହୁ, ଓଡ଼ିଶା ସମାଜସେବୀ ମହାସଂଘ ସଭାପତି ନାରାୟଣ ଚନ୍ଦ୍ର ଓଝା, ଉପସଭାପତି ଆଦିତ୍ୟ ମହାପାତ୍ର, ଡାକ୍ତର ରଞ୍ଜିତା ମହାପାତ୍ର, ଡାକ୍ତର ଅରବିନ୍ଦ ମହାପାତ୍ର, କର୍ପୋରେଟର ଶିବ ପ୍ରସାଦ ବେହେରା, ପୂର୍ବତନ କର୍ପୋ‌ରେଟର ପ୍ରମୋଦ କୁମାର ମହାପାତ୍ର, କ୍ଷୀରୋଦ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ରକ୍ତ ଭଣ୍ଡାର ଡାକ୍ତର ଅନନ୍ୟା ମିଶ୍ର, ପ୍ରଣତି ଦାଶ, ସୁବ୍ରତ କୁମାର ସେଠୀ, ନରେନ୍ଦ୍ର ଭୋଇ, ମାନସ କୁମାର ସାହୁ, ପ୍ରେମାଞ୍ଜନ ପରିଚ୍ଛାଙ୍କୁ ‘ରକ୍ତଦାନ ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ଡ. ଲିଙ୍ଗରାଜ ସାହୁ ଶିବିର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର