କୋରାପୁଟରେ ପ୍ରତିଷ୍ଠା ହେବ ସିପେଟ୍‌ର ଦ୍ୱିତୀୟ କେନ୍ଦ୍ର: ରାଘବେନ୍ଦ୍ର ରାଓ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ସହର କୋରାପୁଟରେ ସିପେଟ୍‌ର ଦ୍ୱିତୀୟ କେନ୍ଦ୍ର ପ୍ରତିଷ୍ଠା ହେବ। ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସହ ଆଲୋଚନା ପରେ ମଙ୍ଗଳବାର କେନ୍ଦ୍ରୀୟ ସାର ଓ ରସାୟନ ସଚିବ ପି. ରାଘବେନ୍ଦ୍ର ରାଓ ଏହି ସୂଚନା ଦେଇଛନ୍ତି। ପିସିପିଆଇଆର ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ପିସିପିଆଇଆର ପ୍ରତିଷ୍ଠା ନେଇ ମୁମ୍ବାଇ ସମ୍ମିଳନୀରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ଆସନ୍ତା ନଭେମ୍ବର ୧୧ ଓ ୧୨ରେ ଅନ୍ତର୍ଜାତୀୟ ପେଟ୍ରୋ କ୍ୟାମିକାଲ ସମ୍ମିଳନୀ ହେବ।

ସମ୍ବନ୍ଧିତ ଖବର