୩୧ଟି ସଂଗଠନକୁ ‘ଆମ ଭୁବନେଶ୍ବର ଗୌରବ ସମ୍ମାନ’

ଭୁବ‌ନେଶ୍ବର: ଆଇଡିଆଲ୍‌ ଇଣ୍ଡିଆ ଫାଉ‌ଣ୍ଡେସନ୍‌ ଆନୁକୂଲ୍ୟରେ ଆଜି ଜୟଦେବ ଭବନଠାରେ ‘ଆମ ଭୁବନେଶ୍ବର ଗୌରବ ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯ‌ାଇଛି। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଭୁବନେଶ୍ବରର ୩୧ଟି ସାଂସ୍କୃତିକ, ସାମାଜିକ, ମହିଳା ସଂଗଠନ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନମାନଙ୍କୁ ‘ଆମ ଭୁବନେଶ୍ବର ଗୌରବ ସମ୍ମାନ’ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ କଲ୍ୟାଣ ପରିଷଦର ଅଧ୍ୟକ୍ଷ ଅରୂପ ମୋହନ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ବିଶୋୟୀ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଦୁର୍ଗାପ୍ରସାଦ ସାମନ୍ତରାୟ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା‌ ବିକ୍ଷୟରେ ସୂଚନା ଦେଇଥିଲେ। ବର୍ଷା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର