ଶ୍ୟାମପୁର ଡ୍ରେନ୍ ପାଇଁ ୮ କୋଟି

ଖଣ୍ଡଗିରି: ଶ୍ୟାମପୁର ଓ ସମ୍‌ ହସ୍ପିଟାଲ୍‌ ଅଞ୍ଚଳରେ ଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ଏକ ଡ୍ରେନ୍‌ ନିର୍ମାଣ କରାଯିବ। ଏଥିପାଇଁ ୮ କୋଟି ଟଙ୍କା‌ ଅନୁଦାନ ମିଳିଛି। କଳିଙ୍ଗ ଷ୍ଟୁଡିଓ ଛକରୁ ନୂଆଗାଁ ଛକ, ପଣ୍ଡାକୁଦିଆ, ସମ୍‌ ହସ୍ପିଟାଲ୍‌ ଓ ଶ୍ୟାମପୁର ଗ୍ରାମ ଦେଇ ଏହି ଡ୍ରେନ୍‌ ନିର୍ମାଣ ହେବ। ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ ଅତିଥି ଭାବେ ଏହି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୧୧ ମାସ ଭିତରେ ଏହି ପ୍ରଳକ୍ପ ସରିବ ବୋଲି କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ଡେପୁଟି ମେୟର ମଞ୍ଜୁଲତା କହଁର, ପୂର୍ବତନ କର୍ପୋରେଟର ହରେକୃଷ୍ଣ ନାୟକ, ଆଲୋକ ପାଣିଗ୍ରାହୀ, ପୂର୍ବତନ କର୍ପୋରେଟର ସୌଦାମିନୀ ସେଠୀ, ପୂର୍ବତନ କର୍ପୋରେଟର ଦିଲ୍ଲୀପ ମାଝି, ସୁଶାନ୍ତ ସାହୁ, ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୁପ୍ରସାଦ ଲେଙ୍କା ଓ କନିଷ୍ଠ ଯନ୍ତ୍ରୀ ଆଶିଷ ପଣ୍ଡାଙ୍କ ସମେତ ବହୁ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର