ରାସ୍ତାରୁ ମିଳିଲା ଅଢ଼େଇ ଲକ୍ଷ ଟଙ୍କାର ସେଲ୍ଫ ଚେକ୍‌

ଭୁବନେଶ୍ବର: ବିଧାନସଭା ରୋଡ଼ରୁ ଏଜି କାର୍ଯ୍ୟାଳୟକୁ ଦେଇ ଯାଇଥିବା ରାସ୍ତାରୁ ଷ୍ଟେଟ୍‌ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏକ ଅଢ଼େଇ ଲକ୍ଷ ଟଙ୍କାର ସେଲ୍ଫ ଚେକ୍‌ ମିଳିଛି। ଏଥିରେ ଆକାଉଣ୍ଟଧାରୀଙ୍କ ନାମ, ହସ୍ତାକ୍ଷର ମଧ୍ୟ ରହିଛି। ବରିଷ୍ଠ କ୍ରୀଡ଼ାବିତ ତଥା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସମ୍ବଲପୁର ଅଧିବାସୀ ସୁନ୍ଦରମଣି ବାରିକ କୌଣସି କାମ ପାଇଁ ଏଜି କାର୍ଯ୍ୟାଳୟ ଯାଉଥିବାବେଳେ ଦିନ ପ୍ରାୟ ୩ଟା ବେଳେ ଏହି ଚେକ୍‌ଟିକୁ ପାଇଥିଲେ। ‌ଚେକ୍‌ଟିକୁ ଏହାର ପ୍ରକୃତ ମାଲିକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ସମ୍ବାଦ କାର୍ଯ୍ୟାଳୟ‌ରେ ଜମା ଦେଇଥିଲେ। ତେଣୁ ଏହି ସେଲ୍ଫ୍ ଚେକ୍‌ର ପ୍ରକୃତ ଆକାଉଣ୍ଟଧାରୀ ନିଜ ନାମ ଏବଂ ଉପଯୁକ୍ତ ପ୍ରମାଣ ଦର୍ଶାଇ ସମ୍ବାଦ କାର୍ଯ୍ୟାଳୟରୁ ଚେକ୍‌ଟିକୁ ନେଇଯାଇ ପାରିବେ।

ସମ୍ବନ୍ଧିତ ଖବର