ଧନୁଆ ସମସ୍ୟା ସମଧାନ ନ ହେଲେ ଆନ୍ଦୋଳନ

ବାଲିପାଟଣା: ଧନୁଆ ନଦୀରେ ବନ୍ଧ ବାଡ଼ ନାହିଁ। ଅଚ୍ୟୁତପୁର କାଜ ଓ ବଇଁଚୁଆ କାଜରେ ବନ୍ୟାଜଳ ଗଡ଼ି ଚାଷୀଙ୍କୁ ବାରମ୍ବାର ସର୍ବସ୍ବାନ୍ତ କରୁଛି। ଧନୁଆ ନଦୀ ବନ୍ୟା ନିୟନ୍ତ୍ରଣ କମିଟି ପକ୍ଷରୁ ଦୀର୍ଘ ବର୍ଷ ହେବ ଏନେଇ ଅଭିଯୋଗ କରାଯାଉଛି। ହେଲେ ସରକାରଙ୍କ ତରଫରୁ ସ୍ଥାୟୀ ପ୍ରତିକାର ବାଟ ଫିଟୁନି। ସେଥିପାଇଁ ଧନୁଆ ଉପକୂଳବର୍ତ୍ତୀ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଗତ ୧ ତାରିଖରେ ଧନୁଆ ବନ୍ୟା ପ୍ରତିକାର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେହି ଆଧାରରେ ଆଜି ବାଲିପାଟଣା ବ୍ଲକ ରାଜସ ପଞ୍ଚାୟତ କୃଷ୍ଣପୁର ମେଳଣ ପଡ଼ିଆରେ ବ୍ଲକସ୍ତରୀୟ ଧନୁଆ ବନ୍ୟା ନିୟନ୍ତ୍ରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନିମାପଡ଼ାର ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ, ଗୋପ ବିକାଶ ପରିଷଦ ସଭାପତି ସତ୍ୟପୀର ନାୟକ, ଆଇନଜୀବୀ ପ୍ରଭାତ କୁମାର ରଥ, ସୁଧୀର ମହାନ୍ତି, ଗୋପ ଧନୁଆ ବନ୍ୟା ନିୟନ୍ତ୍ରଣ କମିଟି ସଭ୍ୟ ଲିଙ୍ଗରାଜ ହୋତା, କୁରୁଞ୍ଜିପୁର ସରପଞ୍ଚ ବିନୋଦିନୀ ମଲ୍ଲିକ, ରାଜସ ପୂର୍ବତନ ସରପଞ୍ଚ ରସାନନ୍ଦ ପରିଡ଼ା, ଚକ୍ରଧର ନାୟକ, ବିଜୟ ରାମ ଭୋଳ, ସୁରେନ୍ଦ୍ର ସ୍ୱାଇଁ, ପୀତବାସ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର