ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲର ବାର୍ଷିକ ସଙ୍ଗୀତ ଉତ୍ସବ

ଭୁବନେଶ୍ବର : ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲର ବାର୍ଷିକ ସଙ୍ଗୀତ ଉତ୍ସବ ଆଜିଠାରୁ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ଉତ୍ସବରେ ଶିଳ୍ପୀ ରବିଶଙ୍କର ପ୍ରଧାନ ହିନ୍ଦୁସ୍ତାନୀ ସିତାର ବାଦନ କରିଥିଲେ। ଏଥିରେ ତାଙ୍କୁ ବୁଦ୍ଧାଦିତ୍ୟ ପ୍ରଧାନ ଓ ତବଲାରେ କୁଳମଣି ସାହୁ ସହଯୋଗ କରିଥିଲେ। ସେହିପରି ବିଦୁଷୀ ଶୁଭ୍ରା ଗୁହା ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ସହଯୋଗୀ ଶିଳ୍ପୀ ଭାବେ ତବଲାରେ ଅଶୋକ ମୁଖାର୍ଜୀ, ହାର୍‌ମୋନିୟମ୍‌ରେ ରୂପଶ୍ରୀ ଭଟ୍ଟଚାର୍ଯ୍ୟ, ସଙ୍ଗୀତରେ ସଂଯୁକ୍ତା ବିଶ୍ବାଳ ଓ ସବ୍ରିନା ଇସ୍‌ଲାମ୍‌ ଏବଂ ତାନ୍‌ପୁରାରେ ସୁମନ୍ତ ମହାରଣା ଓ ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଆଜିର ଉତ୍ସବରେ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଓ ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲର ପୂର୍ବତନ ସମ୍ପାଦକ ମହେନ୍ଦ୍ର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଦ୍ୟାଶା ଦାସ ମଞ୍ଚ ସଂଯୋଜନା କରିଥିଲେ। ଏହା ତିନି ଦିନ ଧରି ଚାଲିବ।

ସମ୍ବନ୍ଧିତ ଖବର